ଆମ ଓଡ଼ିଶା ନବୀନ ଓଡିଶା ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ

ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ମହିଳ ସ୍ଥିତ ଉତ୍କଳ ଭାରତୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଗତ ଡିସେମ୍ବର ୬ ତାରିଖ ଠାରୁ ଆରମ୍ଭ ହୋଇଥିବା ଆମ ଓଡ଼ିଶା ନବୀନ ଓଡିଶା ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ତଥା ନୂଆ-ଓ କାର୍ଯ୍ୟକ୍ରମ ଆଜି ଉଦଯାପିତ ହୋଇଯାଇଛି ।ଅଧ୍ୟକ୍ଷ ଦୀପକ କୁମାର ନାଥଶର୍ମାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ତିର୍ତ୍ତୋଲର ବିଧାୟକ ବିଜୟ ଶଙ୍କର ଦାସ,ମୁଖ୍ୟ ବକ୍ତା ଭାବରେ ବିଶିଷ୍ଟ ନାଟ୍ୟକାର ତଥା ନାଟ୍ୟ ନିର୍ଦେଶକ କୈଳାଶ ଚନ୍ଦ୍ର ମଲ୍ଲିକ,ସମ୍ମାନନୀୟ ଅତିଥି ଭାବରେ ବରିଷ୍ଠ ସାମ୍ବାଦିକ ମନୋଜ ଦାଶ,ଜିଲ୍ଲା ସଂସ୍କୃତି ଅଧିକାରୀ ଦିଲ୍ଲୀପ କୁମାର ଜେନା,ନୂଆ-ଓ କାର୍ଯ୍ୟକ୍ରମର ମୁଖ୍ୟ ସୁଧୀର କୁମାର ମହାନ୍ତି ପ୍ରମୁଖ ଯୋଗ ଦେଇ ଯୁବକ ଯୁବତୀ ମାନଙ୍କ ମଧ୍ୟରେ ରହିଥିବା ଲୁକାୟିତ ପ୍ରତିଭାର ପରିସ୍ପୁଟନ କରିବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ବୋଲି କହିଥିଲେ ।ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଯୁବକ ଯୁବତୀମାନେ ନୃତ୍ୟ,ସଙ୍ଗୀତ,ଚିତ୍ରକଳା,କ୍ରୀଡା,ସାମାଜିକ କାର୍ଯ୍ୟ ଆଦି ବିଭିନ୍ନ କ୍ଷେତ୍ରରେ ନିଜର ପରାକାଷ୍ଠା ଦେଖାଇ ଆଗକୁ ଯାଇପାରିବେ ବୋଲି ଅତିଥି ମାନେ କହିଥିଲେ ।ଏହି କାର୍ଯ୍ୟକ୍ରମକୁ ନୋଡାଲ ଅଫିସର ଅଧ୍ୟାପକ ବ୍ରଜ କିଶୋର ସ୍ବାଇଁ,ସନ୍ତୋଷ କୁମାର କାନୁନଗୋ,ସୁଶାନ୍ତ କୁମାର ସାହୁ,ପ୍ରବୀଣ କୁମାର ମହାନ୍ତି,ସୁରେଶ କୁମାର ନାୟକ ପ୍ରମୁଖ ପରିଚାଳନା କରିଥିଲେ ।
ଜଗତସିଂହପୁର ରୁ ରୀତା ସାହୁ reporter