ସ୍କାଉଟ୍ ଓ ଗାଇଡ୍ ପକ୍ଷରୁ “ଆମ ପାଠଶାଳା” କର୍ମଶାଳା

ଗଞ୍ଜାମ ଜିଲ୍ଲା ବୁଗୁଡା ସହର ନିକଟସ୍ଥ ବରଡିପଲ୍ଲୀ ଗ୍ରାମରେ ରାଜ୍ୟ ସ୍କାଉଟ୍ ଓ ଗାଇଡ୍ ଆନୁକୂଲ୍ୟରେ ଶ୍ରୀକର ଭଂଜ ଓପନ ୟୁନିଟ ପକ୍ଷରୁ ନିଷ୍ପେସିତ ଛାତ୍ରଛାତ୍ରୀଙ୍କ ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ ଚେଷ୍ଟା କରି ଆମ ପାଠଶାଳା ନାମରେ ଏକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଦୁଇବର୍ଷ ଧରି କରୋନା ପ୍ରାଦୁର୍ଭାବରେ ପ୍ରପୀଡିତ ହୋଇ ଶିକ୍ଷାଦାନରୁ ବାଦ୍ ପଡିଯାଇଥିବା ତାହାକୁ ତ୍ବରାନ୍ବିତ କରିବା ପାଇଁ ଏହି ଆମ ପାଠଶାଳା ପକ୍ଷରୁ ସେମାନଙ୍କ କର୍ମକର୍ତ୍ତା ତଥା ସଭ୍ୟ ସଭ୍ୟାମାନେ ଗଞ୍ଜାମ ଜିଲ୍ଲା ବୁଗୁଡା ସହର ନିକଟସ୍ଥ ବରଡିପଲ୍ଲୀ ଗ୍ରାମରେ ଏକବର୍ଷ ଧରି ଆମ ପାଠଶାଳା କାର୍ଯ୍ୟକ୍ରମ ଚାଲୁରଖିଥିବା ବେଳେ ଆଜି ତା’ର ଏକ କର୍ମଶାଳା ଅନୁଷ୍ଠିତ ହୋଇ ରାଜ୍ୟ ସ୍କାଉଟ୍ ଓ ଗାଇଡ୍ ସଂସ୍ଥା ପକ୍ଷରୁ ପିଲାମାନଙ୍କୁ କିଛି ଶିକ୍ଷଣ ସାମଗ୍ରୀ ପ୍ରଦାନ କରାଯାଇଥିଲା । ଏହି କର୍ମଶାଳାରେ ଜ୍ଞାନ ପ୍ରକାଶ ନାୟକ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ପ୍ରଧାନ ଶିକ୍ଷକ ଗୌରିଶଙ୍କର ମିଶ୍ର,ମୂଖ୍ୟବକ୍ତା ବୈଷ୍ଣବ ଚରଣ ଦାଶ ଏବଂ ସମ୍ମାନିତ ଅତିଥି ଭାବେ ଶିକ୍ଷକ ପ୍ରଭାକର ନାୟକ,ଗ୍ରାମର ସଭାପତି ଗାନ୍ଧୀ ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ । ଅତିଥିମାନେ ଉକ୍ତ କାର୍ଯ୍ୟକ୍ରମ ଓ ଏହାର ସଂସ୍ଥାକୁ ପ୍ରଶଂସିତ କରି ଗୁଣାତ୍ମକ ଶିକ୍ଷା ଓ ଏହାର ବିକାଶ ଦିଗରେ ଆଲୋକପାତ କରିଥିଲେ । ଏହି ଅବସରରେ ଗଣମାଧ୍ୟମ ବନ୍ଧୁମାନଙ୍କୁ ମଧ୍ୟ ଅନୁଷ୍ଠାନ ପକ୍ଷରୁ ଫୁଲତୋଡା ସହ ଉପଢୌକନ ଏବଂ ଏକ ସିଲ୍ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ବର୍ଷାରାଣୀ ମହାରଣା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବାବେଳେ ସତ୍ୟ ପ୍ରକାଶ ନାୟକ ଧନ୍ୟବାଦ ଦେଇଥିଲେ । କେ ଅମ୍ବିତ ସାଗର ପାତ୍ର ପ୍ରମୁଖ ସଂସ୍ଥାର ସମସ୍ତ କର୍ମକର୍ତ୍ତାମାନେ ସୁପରିଚାଳନା କରିଥିଲେ ।
ଗଞ୍ଜାମ ଜିଲ୍ଲା ବୁଗୁଡାରୁ ତ୍ରିଲୋଚନ ପଣ୍ଡା।

Leave a Reply

Your email address will not be published. Required fields are marked *