ଶିକ୍ଷାକୁ ସମ୍ମାନ ଦେଲେ ପଦନପୁର ପଞ୍ଚାୟତ ସରପଞ୍ଚ ଅହଲ୍ଯା ନାୟକ

ଖୋର୍ଦ୍ଧା ଜିଲ୍ଲା, ଜଟଣୀ ବ୍ଲକ ଅନ୍ତର୍ଗତ ପଦନପୁର ଗ୍ରାମ ପଞ୍ଚାୟତର ଯୁବନେତ୍ରୀ ସରପଞ୍ଚ ଅହଲ୍ଯା ନାୟକ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିଥିଲେ। ଏହି ପରିପ୍ରେକ୍ଷୀରେ ସେ ପଞ୍ଚାୟତର ବୁଦ୍ଧିଯିବି, ମହିଳା, ପୁରୁଷ, ପଞ୍ଚାୟତର ପ୍ରତେକ ଗ୍ରାମର ୱାର୍ଡ ମେମ୍ବର, ନାୟବ ସରପଞ୍ଚ ଏବଂ ଅନ୍ୟାନ୍ୟ କର୍ମକର୍ତ୍ତା ମାନଙ୍କୁ ଏକତ୍ରିତ କରିଥିଲେ। ସରପଞ୍ଚ ଅହଲ୍ଯା ନାୟକ ଚାହିଁଥିଲେ ତାଙ୍କର କାର୍ୟ୍ଯଦକ୍ଷତା, ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଜଟଣୀ ବିଧାୟକ, ପଞ୍ଚାୟତ କର୍ମକର୍ତ୍ତା ଏବଂ ପ୍ରତେକ ମୌଜାର ସର୍ବ ସାଧାରଣ ପଞ୍ଚାୟତର କାର୍ଯ୍ୟକ୍ରମ ଉପରେ ଅବଗତି ହୁଅନ୍ତୁ। ଅହଲ୍ଯା ନାୟକ ସର୍ବ ସମୁକ୍ଷରେ ବାର୍ଷିକ କାର୍ଯ୍ଯ ବିବରଣୀ ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ଯକ୍ରମକୁ ଯୁବ ନେତା ସୁବାଷ ମହାପାତ୍ର ସଂପାଦନା କରିଥିଲେ। ସରପଞ୍ଚ ଅହଲ୍ୟାଙ୍କ ସୂଚନାନୁଯାୟୀ, ପଦନପୁର ପଞ୍ଚାୟତରେ ସରପଞ୍ଚ ଦାଇତ୍ୱ ନେବାର ଏକ ବର୍ଷ ବିତିଯାଇଛି। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ପୂର୍ବତନ ସରପଞ୍ଚ ଦିବାକର ମଙ୍ଗରାଜ, ସଂଯୁବାଳା ମହାରଣା, କିଶୋର ସାମନ୍ତରାୟ ପ୍ରଭୃତି ମାନ୍ୟଗନ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ସୁନ୍ଦର ବାତାବରଣ ସୃଷ୍ଟି ହୋଇଥିଲା। ନାୟବ ସରପଞ୍ଚ ଶ୍ରୀ ସଞ୍ଜୟ କୁମାର ରାଉତରାୟ ସମସ୍ତ ଉପସ୍ଥିତ ସାମ୍ବାଦିକ, ବୁଦ୍ଧିଜୀବୀ ଓ ଗ୍ରାମବାସୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।