ଘୋର ଅବ୍ୟବସ୍ଥା ଘେରରେ ପଢ଼ାଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର

ଆସିକା ବ୍ଳକ ଅନ୍ତର୍ଗତ ପଢ଼ାଳ ଗ୍ରାମ ରେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ଆୟୁଷ ଡାକ୍ତର ଓ ଫାର୍ମାସିଷ୍ଟ ନେଇ ଚାଲେ।ଏହା ପୂର୍ବରୁ ଅଗଷ୍ଟ 2022ରେ କାର୍ଯ୍ୟରତ ଲେବୋରୋଟରୀ ଟେକନିସିୟନ ଥିଲେ।ସେ ସରକାରଙ୍କ ଅନ୍ୟ ବିଭାଗରେ ଚାକିରି ପାଇ ଅଗଷ୍ଟ 2022 ରେ ସ୍ବାସ୍ଥ୍ୟ କେନ୍ଦ୍ର ରୁ ବିଦାୟ ନେଲେ। ସେହି ସ୍ଥାନରେ ଅଦ୍ୟାବଧି କେହି ଆସିଲେ ନାହିଁ।ଏହି ସ୍ବାସ୍ଥ୍ୟ କେନ୍ଦ୍ର ଉପରେ 4 ଟି ପଂଚାୟତ ର ବାସିନ୍ଦା ନିର୍ଭର କରିଥାନ୍ତି। ପ୍ରତିଦିନ ଶହ ଶହ ରୋଗୀ ଆସନ୍ତି ଚିକିତ୍ସା ପାଇଁ।ସେଥିରୁ ବହୁ ରୋଗୀ ମଧୁମେହ ରେ ପଡିତ, ସେମାନଙ୍କ ପ୍ରତି 15 ଦିନ କୁ ଥରେ ରକ୍ତ ପରୀକ୍ଷା କରାଇ ଥାଆନ୍ତି। ରକ୍ତ ପରୀକ୍ଷା ପାଇଁ ବାହାରକୁ ଯିବାକୁ ପଡୁଛି। ଗରିବ ଲୋକ ବହୁ ଅସୁବିଧା ର ଶିକାର ହେଉଛନ୍ତି।ଏହି ସ୍ବାସ୍ଥ୍ୟ କେନ୍ଦ୍ର ରେ ଆୟୁଷ ଡାକ୍ତର ଦୀନ 10 ଘଟିକା ରେ ଆସନ୍ତି 12 ଟା ରେ ସ୍ବାସ୍ଥ୍ୟ କେନ୍ଦ୍ର ଛାଡ଼ି ଯାଆନ୍ତି।ଡାକ୍ତର ମହୋଦୟ ଙ୍କୁ ପଚାରିଲେ ପ୍ରତି ଦିନ ଗୋଟିଏ କଥା କହନ୍ତି ମୋର ବାଲିସିରା ସ୍ବାସ୍ଥ୍ୟ କେନ୍ଦ୍ର ରେ କାମ ଅଛି। ଜଣେ ନାମକୁ ମାତ୍ର ବିଜ୍ଞ ବୟୋଜ୍ୟେଷ୍ଠ ଫାର୍ମାସିଷ୍ଟ ଏହି ସ୍ବାସ୍ଥ୍ୟ କେନ୍ଦ୍ର ଚଳାନ୍ତି ।ଏଠି ଏକ ଲାବୋରଟରୀ ଟେକନିସିୟନ ଓ ଡାକ୍ତର ଅତି ଆବଶ୍ୟକ ହୋଇପଡିଛି। ଏଥିପ୍ରତି ଉଚ୍ଚ କତୃପକ୍ଷ ଦୃଷ୍ଟି ଦେଇ ଡାକ୍ତର ଓ ଲେବୋରୋଟରୀ ଟେକନିସିୟନ ପୋଷ୍ଟିଙ୍ଗ କଲେ 4 ଟି ପଂଚାୟତ ବାସି ଚିରଉପକୃତ ହେବେ।

Leave a Reply

Your email address will not be published. Required fields are marked *