ପହେଲାଗାଓଁ ଆତଙ୍କବାଦୀ ଆକ୍ରମଣ ର ପ୍ରତିବାଦରେ ଶୋଭାଯାତ୍ରା

ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ସହରରେ ପହେଲଗାଓଁ ରେ ଆତଙ୍କବାଦୀ ଙ୍କ କାର୍ଯ୍ୟର ପ୍ରତିବାଦରେ କାମାକ୍ଷାନଗର ଓକିଲସଙ୍ଘ ପକ୍ଷରୁ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଓକିଲ ସଂଘ ର ସଭାପତି ରଞ୍ଜନ କୁମାର ରାଉତଙ୍କ ତତ୍ୱାବଧାନରେ ସମସ୍ତ ସଦସ୍ୟ ସଂଘ କାର୍ଯ୍ୟାଳୟରୁ ଏକ ଶୋଭାଯାତ୍ରାରେ ବାହାରି ନଗର ପରିକ୍ରମା କରିଥିଲେ ଶୋଭାଯାତ୍ରା ରେ ଆତଙ୍କବାଦୀଙ୍କକାର୍ଯ୍ୟକଳାପ ବିରୁଦ୍ଧରେ ବିଭିର୍ନ୍ନ ସ୍ଲୋଗାନ ଦେଇ ଭାରତ ସରକାରଙ୍କ ପକ୍ଷରୁ ନେଉଥିବା ପଦକ୍ଷେପ ଗୁଡିକ ପ୍ରତି ଦେଶବାସୀ ସମର୍ଥନ କରିବା ସହିତ ସମସ୍ତ କାମାକ୍ଷାନଗର ବାସି ଅକୁଣ୍ଠ ସମର୍ଥନ କରିବା ଦିଗରେ ସଚେତନ କରାଇଥିଲେ l ଉପସଭାପତି ସଂଜୀବ ବେହେରା, ବରିଷ୍ଠ ସଦସ୍ୟ ଗୌରୀଶଙ୍କର ପାଳ, ସଞ୍ଜୟ ମିଶ୍ର,ଅଯୋଧ୍ୟା ଶତପଥୀ,ସଂପାଦକ ଅଜିତ ତ୍ରିପାଠୀ,ଅଜିତ ଦାଶ, ନିର୍ମଳ ସାମଲ ପ୍ରମୁଖ ସମସ୍ତ ସଦସ୍ୟ ସାମିଲ ହୋଇଥିଲେ l