ପାକିସ୍ତାନ ଆଣିଲା ୧.୮ ଲକ୍ଷ କୋଟିର ପ୍ରତିରକ୍ଷା ବଜେଟ

ଇସ୍‌ଲାମାବାଦ, ୧୦ା୬: ଗୁରୁତର ଆର୍ଥତ୍କ ସଙ୍କଟ ମଧ୍ୟରେ ଥିବା ପାକିସ୍ତାନ ୨୦୨୩-୨୪ ଆର୍ଥିକ ବର୍ଷ ନିମନ୍ତେ ପ୍ରତିରକ୍ଷା କ୍ଷେତ୍ର ଲାଗି ୧.୮ ଲକ୍ଷ କୋଟି ଟଙ୍କାର ବଜେଟ ଆଣିଛି। ଏହା ପୂର୍ବବର୍ଷ ତୁଳନାରେ ୧୫.୫ ପ୍ରତିଶତ ଅଧିକ। ପାକିସ୍ତାନ ସରକାର ଶୁକ୍ରବାର ୧୪.୪ ଟ୍ରିଲିୟନ ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି। ଅର୍ଥମନ୍ତ୍ରୀ ଇଶାକ୍‌ ଦର ଜାତୀୟ ଆସେମ୍ବ୍ଲିରେ ବଜେଟ ଉପସ୍ଥାପନ କରିବା ବେଳେ ଆସନ୍ତା ଆର୍ଥତ୍କ ବର୍ଷରେ ୩.୫ ପ୍ରତିଶତ ଅଭିବୃଦ୍ଧି ଲକ୍ଷ୍ୟଧାର୍ଯ୍ୟ କରିଛନ୍ତି। ଚଳିତ ବର୍ଷ ଶେଷ ଭାଗରେ ପାକିସ୍ତାନରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି। ତେବେ ଏହା ନିର୍ବାଚନୀ ବଜେଟ ନୁହେଁ, ଏକ ଦାୟିତ୍ୱସମ୍ପନ୍ନ ବଜେଟ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ଗତବର୍ଷ ଏପ୍ରିଲରେ ଇମ୍ରାନ୍‌ ଖାନ୍‌ ପ୍ରଧାନମନ୍ତ୍ରୀ ପଦରୁ ଯିବା ପରେ ଦେଶରେ ରାଜନୈତିକ ଅସ୍ଥିରତା ଲାଗିରହିଛି।

Leave a Reply

Your email address will not be published. Required fields are marked *