ବନ୍ଧା ପଡିଲା ବିମାନ : ଲିଜ୍‌ ଟଙ୍କା ନ ଦେବାରୁ, ପାକିସ୍ତାନୀ ବିମାନକୁ ଜବତ କଲା ମାଲେସିଆ

ଇସଲାମବାଦ୍‌,୩୧।୫: ଆର୍ଥିକ ମାନ୍ଦାବାସ୍ଥା ଦେଇ ଗତି କରୁଛି ପାକିସ୍ତାନ। ତେବେ ଏମଧ୍ୟରେ ପାକିସ୍ତାନକୁ ପୁଣି ଆନ୍ତର୍ଜାତୀୟ ସ୍ତରରେ ଅପମାନିତ ହେବାକୁ ପଡିଛିି। ମାଲେସିଆ ପାକିସ୍ତାନର ସରକାରୀ କମ୍ପାନୀ ପିଆଇଏର ଏକ ବିମାନ ଜବତ କରିଛି। ପାକିସ୍ତାନର ଏକ ନ୍ୟୁଜ ୱେବସାଇଟ ଅନୁଯାୟୀ, ମାଲେସିଆ ବୋଇଙ୍ଗ ୭୭୭ ଏୟାରକ୍ରାଫ୍ଟ ନାମକ ବିମାନକୁ ଜବତ କରିଛି। ଏହି ବିମାନକୁ ପାକିସ୍ତାନ ସରକାରଙ୍କ ସରକାରୀ କମ୍ପାନୀ ପିଆଇଏ ମାଲେସିଆ ଠାରୁ ଲିଜ୍‌ ନେଇଥିଲା।
ଏକ ରିପୋର୍ଟ ଅନୁଯାୟୀ, ମାଲେସିଆ ଦ୍ୱିତୀୟ ଥର ପାଇଁ ପିଆଇଏର ଏକ ବିମାନକୁ ଜବତ କରିଛି। କୁହାଯାଉଛି ଯେ, ପାକିସ୍ତାନ ଦ୍ୱାରା ୪ ମିଲିୟନ ଡଲାରର ବକେୟା ରାଶି ନଦେବା କାରଣରୁ ମାଲେସିଆ ଏହି ବିମାନକୁ ଜବତ କରିଛି।
ସୂଚନା ମୁତାବକ, ମାଲେସିଆର ସ୍ଥାନୀୟ କୋର୍ଟଙ୍କ ନିର୍ଦ୍ଦେଶରେ ପିଆଇଏର ବିମାନକୁ ଜବତ କରାଯାଇଥିଲା। ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ ଦ୍ୱାରା ବିମାନର ଲିଜ୍‌ ବକେୟା ରାଶି ନ ଦେବା ଯୋଗୁ ମାଲେସିଆ କୋର୍ଟ ଏପରି ନିଷ୍ପତ୍ତି ନେଇଥିଲେ।
ଏଠାରେ କହି ରଖୁଛୁ ଯେ, ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ ବର୍ତ୍ତମାନ ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଛି। କରୋନା ପରେ ପାକିସ୍ତାନର ବିମାନ ଶିଳ୍ପ ବହୁ କ୍ଷତି ସହିଛି। ବର୍ତ୍ତମାନ ଲିଜ୍‌ର ଟଙ୍କା ନ ଦେବା କାରଣରୁ ପିଆଇଏର ବିମାନକୁ ବନ୍ଧା ରଖିବା ଘଟଣା ପାକିସ୍ତାନକୁ ଏକ ବଡ ଝଟକା ଦେଇଛି।

Leave a Reply

Your email address will not be published. Required fields are marked *