ଗୋଆ ପହଞ୍ଚିଲେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ବିଲାଓ୍ବଲ ଭୁଟ୍ଟୋ

ପଣଜୀ: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ବିଲାଓ୍ବଲ ଭୁଟ୍ଟୋ ଭାରତ ଗସ୍ତରେ ଆସିଛନ୍ତି। ବିଲାଓ୍ବଲ ଗୁରୁବାର ଦିନ ଗୋଆରେ ପହଞ୍ଚିଛନ୍ତି। ଏଠାରେ ସେ ଚାଇନାର ଅନୁଗାମି ସାଂଘାଇ କୋଅପରେଶନ ଅର୍ଗାନାଇଜେଶନ(ଏସସିଓ)ର ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ଯୋଗଦେବେ। ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏସସିଓର ସଦସ୍ୟ ଦେଶର ବୈଦେଶିକ ମନ୍ତ୍ରୀଙ୍କ ସହ ଆଲୋଚନା କରିବେ। ଏହି ବୈଠକ ଦୁଇଦିନ ପର୍ଯ୍ୟନ୍ତ ଚାଲିବ।
ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଭାବେ ବିଲାଓ୍ବଲଙ୍କର ଏହା ପ୍ରଥମ ଭାରତ ଗସ୍ତ। ଏହା ବ୍ୟତୀତ ପାକିସ୍ତାନର କୌଣସି ବୈଦେଶିକ ମନ୍ତ୍ରୀଙ୍କର ୧୨ ବର୍ଷ ପରେ ଏହା ଭାରତ ଗସ୍ତ। ଏହା ପୂର୍ବରୁ ୨୦୧୧ରେ ପାକିସ୍ତାନର ତତ୍କାଳୀନ ବୈଦେଶିକ ମନ୍ତ୍ରୀ ହିନା ରବ୍ବାନି ଖାର ଭାରତ ଆସିଥିଲେ। ବିଲାଓ୍ବଲ ପାକିସ୍ତାନରୁ ଭାରତ ଆସିବା ପୂର୍ବରୁ ଟୁଇଟରରେ ଏକ ଭିଡିଓ ଜାରି କରିଥିଲେ, ଯେଉଁଥିରେ ସେ ଖୁବ ଉତ୍ସାହିତ ନଜର ଆସିଥିଲେ।
ବିଲାଓ୍ବଲ କହିଥିଲେ ମୁଁ ଆଜି ଭାରତ ଯାଉଛି, ସେଠାରେ ଏସସିଓର ବୈଠକରେ ଭାଗ ନେବି। ସେହି ବୈଠକରେ ସାମିଲ ହେବା ମୋ ନିଷ୍ପତ୍ତି କହୁଛି କି ପାକିସ୍ତାନ ଏସସିଓକୁ କେତେ ଗୁରୁତ୍ୱ ଦେଉଛି। ସେ କହିଥିଲେ, ମୁଁ ସଦସ୍ୟ ଦେଶର ବୈଦେଶିକ ମନ୍ତ୍ରୀଙ୍କ ସହ ଚର୍ଚ୍ଚାକୁ ନେଇ ଉତ୍ସୁକ ଅଛି।

Leave a Reply

Your email address will not be published. Required fields are marked *