ପଞ୍ଚକ ମହୋତ୍ସବର ତୃତୀୟ ସଂଧ୍ୟା : ଭଜନ ସଂକୀର୍ତ୍ତନ ଓ ନୃତ୍ୟରେ କମ୍ପିଲା ମଞ୍ଚ

ପଞ୍ଚକ ମହୋତ୍ସବ କମିଟି ପକ୍ଷରୁ ବଳଗଣ୍ଡି ସ୍ଥିତ ମା ମାଉସୀମାଙ୍କ ମନ୍ଦିର ସମ୍ମୁଖରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମର ତୃତୀୟ ସଂଧ୍ୟାରେ ନାମସଂକୀର୍ତ୍ତନ, ଆଧ୍ୟାତ୍ମିକନୃତ୍ଯ, ଭଜନ ଓ ହରିକଥାରେ ବଡଦାଣ୍ଡ ପ୍ରକମ୍ପିତ ହୋଇଥିଲା । ଶ୍ରୀମନ୍ଦିର ମୁକ୍ତିମଣ୍ଡପର ଉପସଭାପତି ଅଶୋକ କୁମାର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ତ୍ତିକ ମାସର ପଞ୍ଚକ ପାଞ୍ଚଦିନର ମାହାତ୍ମ୍ୟ ସମ୍ପର୍କରେ କହିଥିଲେ । ସମ୍ମାନିତ ଅତିଥି ଭାବେ ବରିଷ୍ଠ ସେବାୟତ ଭଗବାନ ସୁଆର ଯୋଗ ଦେଇଥିଲେ । ଅତିଥିମାନଙ୍କ ଦ୍ବାର ପ୍ରବକ୍ତା ପ୍ରମୋଦ କୁମାର ଦଳାଇ ଓ ଲକ୍ଷ୍ମୀକାନ୍ତ ମିଶ୍ରଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ମହୋତ୍ସବ ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ଜଗନ୍ନାଥ ଦାସ ମହାପାତ୍ର, କାର୍ଯ୍ୟକାରୀ ଉପାଧ୍ୟକ୍ଷ ଚକ୍ରଧର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ମହୋତ୍ସବ କମିଟିର ସଭାପତି ଆର୍ତ୍ତତ୍ରାଣ ତ୍ରିପାଠୀ ଉତ୍ସବରେ ଅଧ୍ୟକ୍ଷତା କରିଥିଲେ । ମହୋତ୍ସବ କମିଟିର ସାଧାରଣ ସମ୍ପାଦକ ରାମଚନ୍ଦ୍ର ଦୋରା , ବିଶ୍ୱନାଥ ଜଗଦେବ ଉପସ୍ଥିତ ଥିବାବେଳେ ଚିତ୍ତରଞ୍ଜନ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । ସାଂସ୍କୃତିକ କମିଟିର ଅଧ୍ୟକ୍ଷ ବିଶ୍ୱନାଥ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ । ଜ୍ୟୋତିପ୍ରକାଶ ଜେନା ,ତ୍ରିଲୋଚନ ରଥ, ବିଜୟ କୃଷ୍ଣ ଦାସ, ରଘୁନାଥ ମହାନ୍ତି,ଗୋପୀନାଥ ମହାନ୍ତି , ଚିତ୍ତରଞ୍ଜନ ମହାନ୍ତି ପ୍ରମୁଖ କାଯ୍ୟକ୍ରମରେ ସହଯୋଗ କରିଥିଲେ । ପ୍ରାରମ୍ଭରେ ରାଧେ ରାଧେରେ କମ୍ପି ଉଠିଥିଲା ମାଉସୀମାଙ୍କ ପୀଠ ପରିସର । ଭୁବନେଶ୍ୱରର ପ୍ରବକ୍ତା ବିଚିତ୍ରା ନନ୍ଦ ଜେନା ହରିକଥା ସମ୍ପର୍କରେ ପ୍ରବଚନ ଶ୍ରୋତାଙ୍କୁ ଶ୍ରବଣ କରାଇଥିଲେ। ବଲାଙ୍ଗୀର ପାଟଣାଗଡର ସୁର ସଙ୍ଗୀତ ଅନୁଷ୍ଠାନର ନିର୍ଦ୍ଦେଶକ ଲକ୍ଷ୍ମୀକାନ୍ତ ମିଶ୍ର ଓ ତାଙ୍କ ସାଥୀମାନେ ଭଜନ ପରିବେଷଣ କରିଥିଲେ । ଲମ୍ବୋଦର ନାୟକ,ସୁମନ୍ତ ପୁରୋହିତ, ମହେନ୍ଦ୍ର କୁମାର ଓ ଅନ୍ୟମାନେ କଣ୍ଠଦାନ କରିଥିଲେ । କିବୋର୍ଡ ରେ ଅରଜିତ ମିଶ୍ର, ତବଲାରେ ଅଭିଷେକ ମିଶ୍ର, ଢୋଲକିଆ ଅଭିନାଷ ମିଶ୍ର ସହଯୋଗ କରିଥିଲେ । ଶେଷରେ ଗଞ୍ଜାମ ବ୍ରହ୍ମପୁରର କଳାଞ୍ଜଳି ଆର୍ଟିଷ୍ଟ ଟ୍ରଷ୍ଟ ପକ୍ଷରୁ ଆକର୍ଷଣୀୟ ନୃତ୍ଯ ଶ୍ରୀମନ୍ଦିର, କାହ୍ନା ସୋ ଯାରେ,ନଟବର ନଟବର ନଟନାଗର, ଜଗା ହାତରେ ପଘା,ସମ୍ବଲପୁରୀ ନୃତ୍ୟ, ରଙ୍ଗ ଲଗେଇ ଦେଲୁରେ କଳା କହ୍ନେଇ, ଜଗନ୍ନାଥ ହୋ ତମ ଝିଅ ହୁଅନ୍ତି ଓ କାହ୍ନୁରେ କାହ୍ନୁ ଆଦି ଗୀତରେ ନୃତ୍ଯ ପରିବେଷଣ କରିଥିଲେ । ରାମେଶ୍ଵରୀ ନନ୍ଦଙ୍କ ନିର୍ଦ୍ଦେଶନାରେ ଶିବାଂଶୀ ପାଢୀ,ପୁନମ ଦଳେଇ,ଜୟଶ୍ରୀ ପାଣିଗ୍ରାହୀ ,ପ୍ରୀୟାଂଶୀ ପାଢୀ ,ଆରଧ୍ୟା ଜେନା,ଅର୍ପିତା ମହାନ୍ତି, ଆର୍ଶୀବାଦ ମିଶ୍ର, ଆଦିତ୍ରୀ ରଥ, ସୁହାନା ପାତ୍ର, ପ୍ରତିମା ନାୟକ ପ୍ରମୁଖ କଳାକାର ମାନେ ଏହି ନୃତ୍ୟ ପରିବେଷଣ କରିଥିଲେ । ଭରତ ନାୟକ ମଞ୍ଚ ପରିଚାଳନା କରିଥିଲେ । ଶତାଧିକ ଦର୍ଶକ ଓ ଶ୍ରୋତା ଏହି କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ ।

Leave a Reply

Your email address will not be published. Required fields are marked *