କୁଠାରସିଂଘି ପଞ୍ଚାୟତ ସ୍ତରୀୟ ଯୋଗ ଦିବସ

କୁଠାରସିଂଘି ପଞ୍ଚାୟତ ସ୍ତରୀୟ ଯୋଗ ଦିବସ ଓ ପ୍ରାକୃତିକ ଚିକିତ୍ସା ସଚେତନତା କାର୍ଯ୍ୟକ୍ରମବ୍ରହ୍ମପୁର ତା .୨୧.୦୬.୨୦୨୫ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ଅବସରରେ ଯୋଗ ଓ ପ୍ରାକୃତିକ ଚିକିତ୍ସାର ଉପଯୋଗିତା ସମ୍ପର୍କରେସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ କୁଠାରସିଂଘି ଗ୍ରାମପଞ୍ଚାୟତ ସ୍ତରୀୟ କାର୍ଯ୍ୟକ୍ରମରମୁଖ୍ୟ ଅତିଥି ରୂପେ ଯୋଗଦେଇପ୍ରାକୃତିକ ଚିକିତ୍ସା ବିଶେଷଜ୍ଞ ଡା .ପ୍ରକାଶ ଚନ୍ଦ୍ର ନନ୍ଦ ଯୋଗ ଓ ପ୍ରାଣାୟାମ ସହିତ ପ୍ରାକୃତିକ ଚିକିତ୍ସାମାଧ୍ୟମରେ ସୁସ୍ଥ ଜୀବନ ଜୀଇ ବାରମାଧ୍ୟମ ଉପସ୍ଥାପନା କରିଥିଲେ ।

ସ୍ଥାନୀୟ ସରପଞ୍ଚ ଦୁର୍ଯ୍ୟଧନ ରେଡ୍ଡୀକାର୍ଯକ୍ରମ କୁ ଶୁଭ ଉଦ୍ଘାଟନ କରିଥିବା ବେଳେସମ୍ମାନୀୟ ଅତିଥି ସାମାଜିକ କର୍ମୀଅରୁଣ ଶତପଥୀ ପ୍ରାକୃତିକ ପରିବେଶ ତଥା ପ୍ରକୃତିର ସୁରକ୍ଷା ଓ ଆମର କର୍ତ୍ତବ୍ୟ ସମ୍ପର୍କରେ କହିବା ସହ ଯୋଗ ଦିବସର ମହତ୍ତ୍ଵ ବୁଝାଇଥିଲେ । ଅନ୍ୟତମ ଅତିଥି ପର୍ଯ୍ୟଟନ ଭାରତ ସମ୍ପାଦକ ନାରାୟଣ ମହଙ୍କୁଡ ଯୋଗଦେଇଥିବା ବେଳେବିକାଶ ସ୍ବେଛାସେବୀ ସଂଗଠନ ମୁଖ୍ୟ ନବୀନ ମହାପାତ୍ର ସମସ୍ତକାର୍ଯକ୍ରମ ପରିଚାଳନା କରିଥିଲେ ।ପଞ୍ଚାୟତ ର ପ୍ରତିନିଧି,ଅଙ୍ଗନବାଡ଼ି କର୍ମୀ,ଆଶା କର୍ମୀ, ବିଦ୍ୟାଳୟ ଛାତ୍ରଛାତ୍ରୀ,ଶିକ୍ଷକ ପ୍ରମୁଖ ଯୋଗଦେଇଥିଲେ । ହିଲିଂ ଅନୁଷ୍ଠାନପକ୍ଷରୁ ଆୟୋଜକ ନବୀନ ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।