ଅଣବିଜେଡି ପଞ୍ଚାୟତ ପ୍ରତିନିଧିଙ୍କୁ ଅଣଦେଖା କରୁଛି ପ୍ରଶାସନ
![](https://teerthkhetra.com/wp-content/uploads/2023/09/WhatsApp-Image-2023-09-06-at-10.44.44-AM-1024x768.jpeg)
ଭଣ୍ଡାରିପୋଖରୀ ନିର୍ବାଚନମଣ୍ଡଳୀରେ ଅଣବିଜେଡ଼ି ପଞ୍ଚାୟତ ପ୍ରତିନିଧିଙ୍କୁ ପ୍ରଶାସନ ଅଣଦେଖା କରୁଛି ବୋଲି ଆଜି ରହଣିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି ପକ୍ଷରୁ ଅନୁଷ୍ଠିତ ଗଣ ଆନ୍ଦୋଳନରେ ଦଳର ବିଧାନସଭା ନେତା ବଦ୍ରୀ ନାରାୟଣ ଧଳ ଅଭିଯୋଗ କରିଛନ୍ତି। ଏହାଛଡା ସରକାରୀ ଯୋଜନାରେ ଦଳୀୟ ଭିତ୍ତିରେ ହିତାଧିକାରୀ ଚୟନ ହେବା ଦ୍ୱାରା ବହୁ ଯୋଗ୍ୟ ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ, ରାସନ କାର୍ଡ ଓ ବାର୍ଦ୍ଧକ୍ୟ/ବିଧବା ଭତ୍ତାରୁ ବଞ୍ଚିତ ହେଉଛନ୍ତି। ବିନା ପିସିରେ କୌଣସି ସରକାରୀ ଅଫିସରେ ସାଧାରଣ ଲୋକ ନିଜର ହକ ପାଇବାରୁ ବଞ୍ଚିତ ହେଉଛନ୍ତି ବୋଲି ଶ୍ରୀ ଧକ ବକ୍ତବ୍ୟରେ କହିଛନ୍ତି । ମଣ୍ଡଳ ସଭାପତି ଶ୍ରୀଧର ସ୍ବାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧୀ ସମାବେଶରେରେ ଜିଲ୍ଲା ସମ୍ପାଦିକା ତପସ୍ୱିନୀ ମହାପାତ୍ର, ସ୍ଥାନୀୟ ସରପଞ୍ଚ ରଞ୍ଜନ ପରିଡା, ସମିତି ସଭ୍ୟା ସୁପ୍ରିୟା ସେଠୀ, ପ୍ରାକ୍ତନ ମାଳଦା ସରପଞ୍ଚ ଚିତ୍ତ ମିଶ୍ର, ଭୀମସେନ ନାୟକ, ରାମ ଚନ୍ଦ୍ର ରାଉତ, ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ଶିବାନୀ ସ୍ବାଇଁ, ମହିଳା ମୋର୍ଚ୍ଚା ସଭାନେତ୍ରୀ ଅନୁସୟା ବାରିକ, କୃଷକ ମୋର୍ଚ୍ଚା ସଭାପତି ମନୋରଞ୍ଜନ ମହାନ୍ତି,ଓବିସି ମୋର୍ଚ୍ଚା ସଭାପତି ଜଗନ୍ନାଥ ଦାସ,ବିଶ୍ୱନାଥ ତ୍ରିପାଠୀ, ସନ୍ତୋଷ ଦାସ, ଘନଶ୍ୟାମ ମଲ୍ଲିକ,ପ୍ରାକ୍ତନ ଜିଲ୍ଲା ପରିଷଦ ସଭ୍ୟା ବିଜୟଲକ୍ଷ୍ମୀ ଧଳ, ପ୍ରକାଶ ନାୟକ ପ୍ରମୁଖ ଯୋଗଦେଇ ଦେଇ ବିଜେଡ଼ି ସରକାରଙ୍କ ଜନବିରୋଧୀ ନୀତିକୁ ତୀବ୍ର ସମାଲୋଚନା କରିଥିଲେ।ଏଥିରେ ପଞ୍ଚାୟତର ସମସ୍ତ ୱାର୍ଡରୁ ଦଳୀୟ କର୍ମୀଙ୍କ ସମେତ ବିଭିନ୍ନ ଯୋଜନାରୁ ବାଦ ପଡିଥିବା ଯୋଗ୍ୟ ହିତାଧିକାରୀମାନେ ଯୋଗଦେଇଥିଲେ।
![](https://teerthkhetra.com/wp-content/uploads/2023/09/WhatsApp-Image-2023-09-06-at-10.44.44-AM-1-1024x552.jpeg)