ବିଭିନ୍ନ ଜିଲ୍ଲାର ପାଣି ପଂଚାୟତ ପକ୍ଷ ପାଳନରଶୁଭାରମ୍ଭ

ଜଳ ପରିଚାଳନାରେ ଉପଯୁକ୍ତ ତଦାରଖ , ଭାଗିଦାରୀ ଜଳସେଚନ ଓ ତୃଣମୂଳ ସ୍ତରରେ ଗୁଣାତ୍ମକ ଜଳ ପରିଚାଳନା ଏବଂ ସମାନତାକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ପାଣି ପଞ୍ଚାୟତର ଗୁରୁତ୍ୱକୁ ସ୍ୱୀକାର କରିବା ଉଦ୍ଦେଶ୍ୟରେ ଚଳିତ ବର୍ଷ ଜାନୁଆରୀ ୧୬ରୁ ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପାଣି ପଞ୍ଚାୟତ ପକ୍ଷ- ୨୦୨୪ ପାଳନ କରାଯାଉଛି। ଏହି ପରିପେକ୍ଷ୍ରୀରେ ଆଜିଠାରୁ ରାଜ୍ୟରେ ଥିବା ୧୧୭ଟି ଜଳସେଚନ ଡିଭିଜନସ୍ତରରେ ପାଣି ପଂଚାୟତ ପକ୍ଷ ପାଳନର ଶୁଭାରମ୍ଭ କରାଯାଇଛି।
ଆଜି ଆରମ୍ଭ ହୋଇଥିବା ଡିଭିଜନ ସ୍ତରୀୟ ପାଣି ପଂଚାୟତ ପକ୍ଷ ପାଳନ ଅବସରରେ ବିଭିନ୍ନ ଜିଲ୍ଲାରେ ଏବଂ ଡିଭିଜନରେ ମାନ୍ୟବର ମନ୍ତ୍ରୀ, ସାଂସଦ, ବିଧାୟକ, ଜିଲ୍ଲାପାଳ ଏବଂ ନିର୍ବାଚିତ ଜନପ୍ରତିନିଧିମାନେ ସ୍ଥାନୀୟ କୃଷକ ପ୍ରତିନିଧି, ପାଣି ପଂଚାୟତ ସଦସ୍ୟ, ସଦସ୍ୟା ମାନ୍ୟଗଣ ବ୍ୟକ୍ତି, କୃଷି ଉତ୍ପାଦକ ସଂଘର ପ୍ରତିନିଧି, ସ୍ୱଂୟ ସହାୟକ ଗୋଷ୍ଠୀ ସଦସ୍ୟାମାନେ ଉପସ୍ଥିତ ରହି ପାଣି ପଂଚାୟତ ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ପରିପ୍ରେକ୍ଷୀରେ ଡିଭିଜନସ୍ତରରେ ଆୟୋଜିତ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗୀତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ବଣ୍ଟନ କରାଯାଇଥିଲା ।

ଏହି ଅବସରରେ ରାଜ୍ୟ ଜଳସଂପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ବଲାଙ୍ଗୀର ଜିଲ୍ଲାରେ ପାଣି ପଂଚାୟତ ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ମାନ୍ୟବର ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଏବଂ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ପ୍ରୀତି ରଂଜନ ଘଡେଇ ଯାଜପୁରରେ , ନିମାପଡାରେ ଆଇଟି, କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା, ମାନ୍ୟବର ମନ୍ତ୍ରୀ, ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ମନ୍ତ୍ରୀ ଶ୍ରୀ ସାରଦା ପ୍ରସାଦ ନାୟକ, ରାଉରକେଲାଠାରେ, ମାନ୍ୟବର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ପ୍ରଦୀପ କୁମାର ଅମାତ ବୌଦ୍ଧ ଠାରେ ପାଣି ପଂଚାୟତ ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।

ସେହିପରି ବ୍ରହ୍ମପୁରରେ ସାଂସଦ ଚନ୍ଦ୍ରଶେଖର ସାହୁ ଏହି ଉପଲକ୍ଷେ ଅନୁଷ୍ଠିତ ପ୍ରତିଯୋଗୀତାର ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ । ବିଭିନ୍ନ ଡିଭିଜନରେ ସଂପୃକ୍ତ ମାନ୍ୟବର ବିଧାୟକମାନେ ମଧ୍ୟ ନିଜ ନିଜ ଜିଲ୍ଲା ତଥା ଡିଭିଜନ ସ୍ତରରେ ପାଣି ପଂଚାୟତ ରଥକୁ ପତାକା ଦେଖାଇ ଶୁଭାରମ୍ବ କରିଥିଲେ । ବ୍ରଜରାଜନଗର, ନିମାପଡା, ସୁନ୍ଦରଗଡ, ନବରଙ୍ଗପୁର, ଧର୍ମଗଡ, ଉମରକୋଟ, ଳକ୍ଷ୍ମୀପୁର, ଜୟପୁର ଆଦି ଡିଭିଜନରେ ସଂପୃକ୍ତ ବିଧାୟକମାନେ ପାଣି ପଂଚାୟତ ରଥ ଯାତ୍ରାର ଶୁଭାରମ୍ଭ କରିଥିଲେ । ନୟାଗଡ, ଢେଙ୍କାନାଳ, ନୂଆପଡା, ମୟୁରଭଂଜ, ବାଲେଶ୍ୱର, ଅନୁଗୋଳ, କୋରାପୁଟ, ଯାଜପୁର, ଜଗତସିଂହପୁର, ବୌଦ୍ଧ, ସୁବର୍ଣ୍ଣପୁର, ନବରଙ୍ଗପୁର ଆଦି ବିଭିନ୍ନ ଜିଲ୍ଲାରେ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳ ମାନେ ପାଣିପଂଚାୟତ ରଥ ପରିକ୍ରମା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଅନ୍ୟ ବିଭିନ୍ନ ଜିଲ୍ଲାରେ ଜିଲ୍ଲାପାଳ ମାନେ ମଧ୍ୟ ପତାକା ଦେଖାଇ ପାଣି ପଂଚାୟତ ରଥ ପରିକ୍ରମା ଯାତ୍ରାର ଶୁଭାରମ୍ଭ କରିଥିଲେ ।

Leave a Reply

Your email address will not be published. Required fields are marked *