ପ୍ୟାରେଡ଼ ରିହରସାଲ ଚଳିତ ମାସ ୨୨ରୁ


ପୁରୀ ୨୧/୧- ପୁରୀ ଜିଲ୍ଲା ସ୍ତରୀୟ ୭୪ ତମ ସାଧାରଣତନ୍ତ୍ର ଦିବସ ଚଳିତ ବର୍ଷ ଜାନୁଆରୀ ୨୬ ତାରିଖ ଦିନ ତାଳବଣିଆ ସ୍ଥିତ ସ୍ପୋର୍ଟ୍ସ ଗ୍ରାଉଣ୍ଡ ଠାରେ ଅନୁଷ୍ଠିତ ହେବ।ସାଧାରଣତନ୍ତ୍ର ଦିବସର ମୁଖ୍ୟ ଅତିଥି ପୂର୍ବାହ୍ନ ୮.୩୦ ମିନିଟ ସମୟରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ପ୍ୟାରେଡ଼ ନିରୀକ୍ଷଣ, ଅଭିବାଦନ ଗ୍ରହଣ, ଉଦବୋଧନ ପ୍ରଦାନ, ଉଲ୍ଲେଖନୀୟ କୃତିତ୍ୱ ପାଇଁ ସଫଳ ବ୍ୟକ୍ତିତ୍ୱଙ୍କୁ ଓ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରିବେ।ସେହିପରି ପ୍ୟାରେଡ଼ ର ଶ୍ରେଷ୍ଠ ଦଳଙ୍କୁ ମଧ ପୁରସ୍କୃତ କରାଯିବା ସହ ସାମୁହିକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଅଭ୍ୟାସ ପ୍ୟାରେଡ଼ ୨୨ ଓ ୨୩ ତାରିଖ ଅପରାହ୍ନ ୩ ଘଟିକା ରେ ଓ ୨୪ ତାରିଖ ସକାଳ ୮ ଘଟିକାରେ ତାଳବଣିଆ ସ୍ପୋର୍ଟସ କମ୍ଲେକ୍ସ ରେ ଅନୁଷ୍ଠିତ ହେବ ବୋଲି ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ।

Leave a Reply

Your email address will not be published. Required fields are marked *