ଅଭିଭାବକ ଆମ ଅଂଶୀଦାର ଆମ ସମାବେଶ

ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଡିମିରିପଲିରେ ଥିବା ଏହି ବିଦ୍ୟାଳୟ ଯାହାକି ଓଡିଶା ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଅlନୁକୂଲରେ ଏହି ବିଦ୍ୟାଳୟଟି ପ୍ରତିଷ୍ଠିତ ଏଥିରେ 300 ଉର୍ଦ୍ଧ ଛାତ୍ର ଛାତ୍ରୀ ଅଧୟନ କରିଥାନ୍ତି. ଚଳିତ ବର୍ଷ ବିଦ୍ୟାଳୟ ମଧ୍ୟରେ ଅଭିଭାବକ ଆମ ଅଂଶୀଦାର ଆମ ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି. ପ୍ରାରମ୍ଭରେ ଉପସ୍ଥିତ ଅତିଥିମାନଙ୍କୁ ବିଦ୍ୟାଳୟର ଆରମ୍ଭରୁ ସ୍ୱାଗତ ସମ୍ବର୍ଦ୍ଧନା କରି ପାଛୋଟି ଆଣିଥିଲେ. ବିଦ୍ୟାଳୟରେ ଆୟୋଜିତ ହୋଇଥିବା କ୍ରୀଡା, ସ୍ୱାସ୍ଥ୍ୟ, ବହି, ବାଦ୍ୟ ଯନ୍ତ୍ର, ପରିବେଶ ଭଳି ବିଭିନ୍ନ ଷ୍ଟଲ ପରିବେଷଣ କରାଯାଇଥିଲା. ଅଙ୍ଗାନାବାଡି କର୍ମୀ ମାନଙ୍କ ଦ୍ୱାରା ସୁଷମ ଖାଦ୍ୟ ପରିବେଷଣ କରାଯାଇଥିଲା। ଏହା ସହିତ ଏକ ସଭାର ଆୟୋଜନ କରାଯାଇଥିଲା l କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥୀ ଭାବେ ନୂଆଗାଁ ବ୍ଲକ ଉନ୍ନୟନ ଅଧିକାରୀ ସଚ୍ଚିଦାନନ୍ଦ ମିଶ୍ର, ନୂଆଗାଁ ବ୍ଲକ କଲ୍ୟାଣ ସମ୍ପ୍ରସାରଣ ଅଧିକାରୀ ଯଂଜ୍ଞଶ୍ୱର ନାୟକ, ଅଧ୍ୟାପକ ଚିନ୍ମୟ କୁମାର ପ୍ରଧାନ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବନମାଳୀ ସ୍ୱାଇଁଙ୍କ ସମେତ ଅଭିଭାବକ, ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ l ପ୍ରଧାନ ଶିକ୍ଷକ ନିଜ ଅଭିଭାଷଣ ମାଧ୍ୟମରେ ସ୍କୁଲର ସମସ୍ୟା ବିଷମୟରେ ଉପସ୍ଥାପନ କରିଥିଲେ l ଅଧ୍ୟାପକ ଚିନ୍ମୟ କୁମାର ପ୍ରଧାନ ଅଭିଭାଷଣ ମାଧ୍ୟମରେ ଛlତ୍ର ଛାତ୍ରୀଙ୍କୁ କିଛି ଉପଦେଶ ଦେଇଥିଲେ ମହାତ୍ମାଗାନ୍ଧୀଙ୍କର ସେହି ମହାନ ଉପଦେଶକୁ ଆମେ ସଠିକ ଭାବରେ କରିପାରିବା. ଖରାପ କଥା କହିବାନି, ଖରାପ କଥା ଦେଖିବନି, ଖରାପ କଥା ଶୁଣିବନି ଉପଦେଶ ଦେଇଥିଲେ l କଲ୍ୟାଣ ସମ୍ପ୍ରସାରଣ ଅଧିକାରୀ ପିଲାଙ୍କୁ ଭଲ ଛାତ୍ରଛାତ୍ରୀ ହେବା ପାଈଁ ଉପଦେଶ ଦେଇଥିଲେ l ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ମାନେ ବିଦ୍ୟାଳୟ ରେ ଛାତ୍ର ଛାତ୍ରୀଙ୍କ ଭୂମିକା, ଶିଶୁ ସୁରକ୍ଷା ଉପରେ ବର୍ଣ୍ଣନା କରିଥିଲେ l ଛାତ୍ର କାର୍ତ୍ତିକ ଯାନୀ ଅଭିଭାଷଣରେ ବିଦ୍ୟାଳୟର ସମସ୍ତ ସମସ୍ୟା ଓ କମ୍ପୁଟର ଶିକ୍ଷା ପାଇଁ ଅସୁବିଧା ହେଉଥିବା ସିଗିନାଲ ସମସ୍ୟାକୁ କିଭଳି ସମାଧାନ କରାଯିବ ସେ ନେଇ ବିଡିଓଙ୍କୁ ଅନୁରୋଧ କରିଥିଲେ
ଛlତ୍ରଛାତ୍ରୀ ଶିକ୍ଷକ ଅଭିଭାବକ ମଧ୍ୟରେ ସମନ୍ୟୟ ରହିଲେ ଶିକ୍ଷାର ପ୍ରଗତି ହୋଇ ପାରିବ ବୋଲି ମତ ପ୍ରକାଶ ପାଇଥିଲା।