ଗୁଣାତ୍ମକ ଶିକ୍ଷା ବିକାଶ ନିମନ୍ତେ ଅଭିଭାବକ – ଶିକ୍ଷକ ଶିକ୍ଷୟିତ୍ରୀ ବୈଠକ

ପିପିଲି- ଛାତ୍ରଛାତ୍ରୀ ମାନଙ୍କ ଶିକ୍ଷା ର ଗୁଣାତ୍ମକ ବିକାଶ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସାରା ରାଜ୍ୟରେ ଜାରି ହୋଇଛି ଦ୍ବିତୀୟ ଅଭିଭାବକ – ଶିକ୍ଷକ ମିଳିତ ବୈଠକ । ଏହି ଅବସରରେ ପିପିିଲି ଗୋବିନ୍ଦପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅଭିଭାବକ- ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମଧୁଛନ୍ଦା ମିଶ୍ର ଙ୍କ ସଭାପତିତ୍ୱରେ ହୋଇଥିବା ବେଳେ ଏଥିରେ ଅତିଥି ଭାବେ କ୍ଲଷ୍ଟର ସିଆରସିସି ଚିନ୍ତାମଣି ଓଝା ଯୋଗ ଦେଇ ରାଜ୍ୟ ସରକାର ପକ୍ଷରୁ ଶିକ୍ଷାର ଗୁଣାତ୍ମକ ବିକାଶ ନିମନ୍ତେ ସ୍ଥିରୀକୃତ ୧୫ ଟି ଏଜେଣ୍ଡା ବିଷୟରେ ଆଲୋଚନା କରିଥିଲେ। ଶୈକ୍ଷିକ ଅଭିବୃଦ୍ଧି ନିମନ୍ତେ ଶିକ୍ଷଣ ସାମଗ୍ରୀ ଯୋଗାଣ, ସେପ୍ଟେମ୍ବର ୧ରୁ ୧୫ ତାରିଖ ଯାଏଁ ସ୍ବଚ୍ଛତା ପକ୍ଷ ପାଳନ,ସୁରଭି-୨୦୨୩ ଓ ମିଲେଟସ୍ ମିଶନ ପ୍ରତିଯୋଗିତା, ଅନଲାଇନ୍ ସୁରକ୍ଷା, ବାଲ୍ଯ ବିବାହ ଉପରେ ସଚେତନତା, ଛାତ୍ରଛାତ୍ରୀ ମାନଙ୍କୁ ମାଗଣା ପୋଷାକ, ପରିଚୟ ପତ୍ର ପ୍ରଦାନ,ପିଲାମାନଙ୍କର ମାନସିକ ଚାପ ଦୂରୀକରଣ, ନବମ ଓ ଦଶମ ପିଲାମାନଙ୍କ ନିମନ୍ତେ ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ ଯୋଜନା ‘ , ମାଧ୍ୟମିକ ବିଦ୍ୟାଳୟ ରେ ହାଉସ୍ ସିଷ୍ଟମ ପ୍ରଚଳନ, କ୍ୟାରିୟର ଯୋଜନାର ଗୁରୁତ୍ବ ସହ ସ୍ବଳ୍ପ ଅବଧି ଧନ୍ଦାମୂଳକ କାର୍ଯ୍ୟକ୍ରମ ଉପରେ ଉପସ୍ଥିତ ଅଭିଭାବକ ମାନଙ୍କ ସହ ଆଲୋଚନା କରିଥିଲେ। ଏହି ଆଲୋଚନାରେ ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ସନ୍ତୋଷ କୁମାର ନାୟକ ସଭା ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ରେ ପଢୁଥିବା ଛାତ୍ରଛାତ୍ରୀଙ୍କ ଅଭିଭାବକ ମାନେ ଯୋଗଦେଇଥିବା ବେଳେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ। ସେହିପରି ଉକ୍ତ କ୍ଲଷ୍ଟର ର ଆରୁହା ୟୁଜିୟୁପି, ହରିଅନ୍ତା ପିୟୁପି, ଗୋବିନ୍ଦପୁର ଏନ୍ ୟୁ ପି, ନୀଳକଣ୍ଠ ଏନ୍ ୟୁ ପି ବାଲୁଙ୍କେଶ୍ୱର ଉଚ୍ଚ ବିଦ୍ୟାପୀଠ, ଗୋବିନ୍ଦପୁର ହାଇସ୍କୁଲ, ବାଲୁଙ୍କେଶ୍ୱର ୟୁପି, ଅଡଙ୍ଗପଡା, କଣ୍ଟାପଡ଼ା, ଶିଉଳା,ତଲଉ, କୁଞ୍ଜର ଆଦି ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ପ୍ରଥମ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପଢୁଥିବା ଛାତ୍ରଛାତ୍ରୀ ମାନଙ୍କ ପିତାମାତା ଓ ଅଭିଭାବକମାନେ ଏହି ବୈଠକରେ ଯୋଗ ଦେଇ ଏହି ଆଲୋଚନା ଚକ୍ର ରେ ସାମିଲ ହୋଇଥିଲେ।