ଆକ୍ସନ ରିଆକ୍ସନ ଦେଖାଇଲା ପରଜଙ୍ଗ ପୋଲିସ,୪ ଡିଜେ ଜବତ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ପୋଲିସ ପକ୍ଷରୁ ବେଆଇନ ଡିଜେ ଉପରେ କଡା ରିଆକ୍ସନ। ଉଚ୍ଚ ଡେସିବିଲରେ ଶବ୍ଦ ପ୍ରଦୂଷଣ କରୁଥିବା ୪ଟି ଡିଜେ ଗାଡିକୁ ଜବତ କରିଛି ପରଜଙ୍ଗ ପୋଲିସ। ଗତ କାଲି ପରଜଙ୍ଗ ଅଂଚଳରେ ଏକ ଶୋଭାଯାତ୍ରାରେ ଉଚ୍ଚ ଡେସିବିଲରେ ଡିଜେ ବଜାଉଥିବା ବେଳେ ପରଜଙ୍ଗ ଥାନା ଅଧିକାରୀ ପ୍ରିୟବ୍ରତ ଦାସ ନିଜ ଟିମ ନେଇ ଡିଜେ ଗାଡି ଗୁଡିକୁ ଜବତ କରିଥିଲେ। ତେବେ ସରକାରଙ୍କ ଗାଇଡ଼ ଲାଇନ ଅନୁଯାୟୀ ସମ୍ପୃକ୍ତ ଡିଜେ ଗାଡି ଗୁଡିକର କାଗଜପତ୍ର ମଧ୍ୟ ଠିକ ନଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି। ତେବେ ପରଜଙ୍ଗ ଅଂଚଳରେ ଉଚ୍ଚ ଡେସିବିଲରେ ଶବ୍ଦ ପ୍ରଦୂଷଣ କରୁଥିବା ବେଳେ କିଛି ଲୋକ ଥାନାକୁ ଜଣେଇଥିଲେ। ଅଭିଯୋଗ ଆଧାରରେ ୪ଟି ଡିଜେକୁ ଜବତ କରି ଅଧିକ ତଦନ୍ତ କରୁଛି ପରଜଙ୍ଗ ପୋଲିସ।