ରାୟଗଡ଼ାରେ ପ୍ରଥମ ଥର ପାଇଁ ଫିଲଟେଲି ପ୍ରଦର୍ଶନୀ

ରାୟଗଡ଼ାରେ ପ୍ରଥମ ଥର ପାଇଁ ଫିଲଟେଲି ପ୍ରଦର୍ଶନୀ ଡାକ ବିଭାଗ, ଭାରତ ସରକାର , ଓଡିଶା ସର୍କଲ, ରାୟାଗଡା ଦ୍ୱାରା ଏକ ଜିଲ୍ଲା ସ୍ତରୀୟ ଫିଲାଟେଲି ପ୍ରଦର୍ଶନୀ ପ୍ରଥମ ଥର ପାଇଁ ରାୟାଗଡା ଜିଲ୍ଲାରେ ଆୟୋଜିତ ହୋଇଥିଲା. ଏହି ଜିଲ୍ଳା ସ୍ଥରୀୟ ଫିଲାଟେଲିକ୍ ପ୍ରଦର୍ଶନୀ (RAYAPEX-2023) ରେ ଶ୍ରୀ ରିଜୁ ଗାଙ୍ଗୁଲି, ପୋଷ୍ଟ ମାଷ୍ଟର ଜେନେରାଲ୍ ବରହମପୁର ଡିଭିଜନ, ଶ୍ରୀ ବିନୟ ଦ୍ୱିବେଦୀ, କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ (କର୍ମିକ ) ଉପସ୍ଥିତ ରେ କାର୍ଯ୍ୟକ୍ରମ ଟିକୁ ଉଦ୍ଧାଘଟନ କରିଥିଲେ. ଏଇ ଉଦ୍ଘାଟନୀ ଅଧିବେଶନରେ ଜେକେ ପେପର ଲିମିଟେଡର ସ୍ପେଶାଲ କଭର୍ସ ମୁକ୍ତିଲାଭ କରିଥିଲା ଏବଂ ବିଦ୍ୟାଳୟ ଛାତ୍ରମାନଙ୍କ ମଧ୍ୟରେ ଚିତ୍ରାଙ୍କନ ପ୍ରତିଯୋଗିତା ରେ ଆୟୋଜନ କରାଯାଇଥିଲା |ଏହି ଉଦ୍ଘାଟନୀ ଉତ୍ସବ ରେ ଅନ୍ୟାନ ଅତିଥି ମାନଙ୍କ ମଧ୍ୟରେ ଶ୍ରୀ ସୁନ୍ଦୀପ ପାଣ୍ଡେ, ମହା ପ୍ରବନ୍ଧକ (ମାନବ ସମ୍ବଳ ) ଜେକେ ପେପର ଲିମିଟେଡ୍, ଶ୍ରୀ ମୀନ କେତନ ପ୍ରଧାନ ଏବଂ ଶ୍ରୀ ଅନୁପ କୁମାର ରାଉତ ଉପସ୍ଥିତ ଥିଲେ. ।
ନିଳାମ୍ବର ମିଶ୍ରଙ୍କ ରିପୋର୍ଟ ରାୟଗଡା ।