ପିକ୍ ଅପ୍ ଭ୍ୟାନ୍ ଦୁର୍ଘଟଣାରେ ଶିଶୁ , ଡ୍ରାଇଭର ଅଟକ

ବାଲିଗୁଡ଼ା: କବାଡ଼ି ସାମଗ୍ରୀ ବୋଝେଇ ପିକ୍ ଅପ୍ ଭ୍ୟାନ୍ ଧକ୍କାରେ ଶିଶୁର ମୃତ୍ୟୁ । ଡ୍ରାଇଭର ଅଟକ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ବାରଖମା ଅଞ୍ଚଳରେ । ସୂଚନା ପ୍ରକାରେ ଆଜି ଅପରାହ୍ନ ସମୟରେ ବାରଖମା ଦଣ୍ଡିସାହି ଅଞ୍ଚଳର ଅଭିରାମ ଦଣ୍ଢିଆଙ୍କ ନାବାଳକ ପୁଅ ରାସ୍ତା କଡ଼ରେ ଖେଳୁଥିବା ବେଳେ ବାଲିଗୁଡ଼ା ଅଞ୍ଚଳରୁ ବାରଖମା ଦେଇ ବଲାଙ୍ଗୀର ଅଭିମୁଖେ ଯାଉଥିବା ଏକ କବାଡ଼ି ସାମଗ୍ରୀ ବୋଝେଇ ପିକ୍ ଅପ୍ ଭ୍ୟାନ୍ ଶିଶୁଟିକୁ ଧକ୍କା ଦେଇଥିଲା । ଫଳରେ ଶିଶୁଟି ଗୁରୁତର ଆହତ ହୋଇପଡ଼ିଥିଲା । ପରିବାର ଲୋକେ ଓ ସ୍ଥାନୀୟ ଲୋକେ ଶିଶୁଟିକୁ ପ୍ରଥମେ ବାରଖମା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ଶିଶୁଟିକୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ କିନ୍ତୁ ବାଲିଗୁଡ଼ାରେ ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଥିଲେ । ଘଟଣାକୁ ନେଇ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେଇଛି । ସେପଟେ ଦୁର୍ଘଟଣା ଘଟାଇଥିବା ପିକ୍ ଅପ୍ ଭ୍ୟାନ୍ କୁ କଟକ ରଖିଥିବା ବେଳେ ଡ୍ରାଇଭରକୁ ବାରଖମା ଫାଣ୍ଡିରେ ଅଟକ ରଖିଛି ପୋଲିସ୍ । ସେପଟେ ଉତ୍ୟକ୍ତ ଲୋକେ ବାରଖମା-ବାଲିଗୁଡ଼ା ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି ।

Leave a Reply

Your email address will not be published. Required fields are marked *