୩୩ ଜଣ ବରିଷ୍ଠ ନାଗରିକ ଙ୍କ ତୀର୍ଥ ଗସ୍ତ

ଭଦ୍ରକ:- ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ କରକମଳରେ ଶୁଭାରମ୍ଭ ହୋଇଥିବା “ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା” ରେ ଭଦ୍ରକ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରୁ ବାଲେଶ୍ଵର, ହରିଦ୍ୱାର ଓ ରୃଷୀକେଶ ଅଭିମୁଖେ ଯାତ୍ରା ଆରମ୍ଭ କରିଥିବା ତୀର୍ଥଯାତ୍ରୀଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ଶୁଭେଚ୍ଛା ସହ ମଙ୍ଗଳ କାମନା କରିଛନ୍ତି ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସଞ୍ଜୀବ କୁମାର ମଲ୍ଲିକ, ଭଦ୍ରକ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଉର୍ମିଳା ନାୟକ, ଭଦ୍ରକ ବ୍ଲକ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ମୁକୁନ୍ଦଦେବ ସାମଲ, ଭଦ୍ରକ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ସୀତାକାନ୍ତ ରାଉତ, ବିଭାଗୀୟ ଅଧିକାରୀ ବୃନ୍ଦ ଏବଂ ଅନ୍ୟାନ୍ୟ ବରିଷ୍ଠ ନେତୃମଣ୍ଡଳୀ ଯୋଗ ଦେଇଥିଲେ।
ରିପୋର୍ଟ- ପୁନିଲ୍ କୁମାର ସାମନ୍ତ, ଭଦ୍ରକ।