ପିଙ୍ଗୁଆ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଭାରତୀୟ ଭାଷା ଉତ୍ସବ ପାଳିତ

ପିଙ୍ଗୁଆ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଭାରତୀୟ ଭାଷା ଉତ୍ସବ ପାଳିତ।ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗଁଦିଆ ବ୍ଳକ ର ସର୍ବ ପୁରାତନ ବିଦ୍ୟାଳୟ ସରକାରୀ ଉଚ୍ଚ ବିଦ୍ୟାଳୟ ପିଙ୍ଗୁଆ ରେ ମହାକବି ସୁବ୍ରମଣିଆ ଭାରତୀ ଙ୍କ ଜୟନ୍ତୀ ଅବସରରେ ଭାରତୀୟ ଭାଷା ଉତ୍ସବ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଲକ୍ଷ୍ମୀନାରାୟଣ ସାହୁ ଙ୍କ ଅଧ୍ୟକ୍ଷତାରେ ଡିସେମ୍ବର ମାସ ଏଗାର ତାରିଖ ପୂର୍ବାହ୍ନ ରେ ସ୍ମାର୍ଟ କ୍ଲାସ ରୁମ୍ ରେ ଅନୁଷ୍ଠିତ ହୋଇଯାଇଛି।

ଏହି ଉତ୍ସବ ରେ ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ବିଜୟ କୁମାର ସାମଲ , ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଅତିଥି ଶିକ୍ଷକ ପ୍ରକୃତିବନ୍ଧୁ ହରିହର ସାହୁ, ଶିକ୍ଷକ ପ୍ରକାଶ ବାରିକ, ଶିକ୍ଷୟିତ୍ରୀ ପଦ୍ମିନୀ ତରାଇ, ସ୍ୱାଗତିକା ବେହେରା, ଲିଜା ଦଳେଇ, ମିନତି ସାହୁ, ମାଳତୀ ବେହେରା କାର୍ଯ୍ୟାଳୟ ସହାୟକ ହୃଷୀକେଶ ଦାସ, ଶିକ୍ଷକ ତରୁଣ ବାରିକ ଉପସ୍ଥିତ ହୋଇ ଭାଷାର ବିଭିନ୍ନ ଦିଗ ଓ ବିଭିନ୍ନ ଭାଷା ଉପରେ ଆଲୋଚନା କରିଥିଲେ। ଛାତ୍ର ରାଜେନ୍ଦ୍ର ସେଠୀ, ଛାତ୍ରୀ ସମ୍ପୂର୍ଣ୍ଣା ସାହୁ, ଲିପ୍ସା ପ୍ରିୟଦର୍ଶିନୀ ସାହୁ, ପୁଷ୍ପାଞ୍ଜଳି ବେହେରା, ମଧୁସ୍ମିତା ସାହୁ, ସୁଭଦ୍ରା ଧୀର , ବକ୍ତବ୍ୟ ରଖିଥିଲେ ଓ ଗୀତ ବୋଲିଥିଲେ। ଉପସ୍ଥିତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ‌ ଛାତ୍ର ଛାତ୍ରୀ ମାନେ କାର୍ଡ ବୋର୍ଡ ରେ ସ୍ବାକ୍ଷର କରିଥିଲେ। ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ବିଜୟ କୁମାର ସାମଲ ଓ‌ ଅତିଥି ଶିକ୍ଷକ ପ୍ରକୃତିବନ୍ଧୁ ହରିହର ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

Leave a Reply

Your email address will not be published. Required fields are marked *