ଚୁଡଙ୍ଗ ସାହିରେ ବୃକ୍ଷରୋପଣ

ବୃକ୍ଷ ହିଁ ଜୀବନ ଏହି ଉକ୍ତି କୁ ପ୍ରାଥ୍ୟ କରି ପବିତ୍ର ନବମୀ ତିଥିରେ ପୁରୀ ଚୁଡ଼ଙ୍ଗ ସହି ସ୍ଥିତ ବୁଢ଼ୀମାତୋଟା ପରିସରରେ “ସାମ୍ୟମ୍ ଫାଉଣ୍ଡେସନ” ଏବଂ “ଆଟା” ର ମିଳିତ ଉଦ୍ୟମରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି।ଏହି କାର୍ଯ୍ୟକ୍ରମରେ ବୁଢ଼ୀମାତୋଟା ଅନୁଷ୍ଠାନର ସମ୍ପାଦକ ବିଜୟ ସ୍ବାଇଁ ଓ ସାହି ବାସୀ ବୃନ୍ଦଙ୍କ ମିଳିତ ସହଯୋଗରେ ଅନୁଷ୍ଠିତ ହେଇଛି। ଏହି କାର୍ଯ୍ୟକ୍ରମ ରେ ସାମ୍ୟମ୍ ଫାଉଣ୍ଡେସନ ଟ୍ରଷ୍ଟି ଯଶସ୍ଵିନୀ ଦାଶ ଓ ଅଧ୍ୟକ୍ଷ ଇସାନେଶ୍ୱର ନାୟକ ଏବଂ ଆଟା ର ସମସ୍ତ ସଦସ୍ୟ ବିପିନ ମହାନ୍ତି, ସତ୍ୟନାରାୟଣ ସାହୁ , ଆଦିତ୍ୟ ନାରାୟଣ ବାରିକ୍,ଦେବେନ୍ଦ୍ର ସୁବୁଦ୍ଧି,ସୁଶାନ୍ତ ସାହୁ, ଦେବରାଜ ଦାସ ଉପସ୍ତିତ ଥିଲେ।

Leave a Reply

Your email address will not be published. Required fields are marked *