ପବିତ୍ର ଖୁଦୁରୁକୁଣୀ ର ଶେଷ ପାଳିରେ ବୃକ୍ଷ ରୋପଣ ସହିତ ମେଡିକାଲ ରେ ଶୁଖିଲା ଖାଦ୍ୟ ବଣ୍ଟନ

ଆଜି ଖୁଦୁରୁକୁଣୀ ଶେଷପାଳି ରେ ଆଞ୍ଚଳିକ ସେବା ସଙ୍ଘ ପକ୍ଷରୁ ଜନ ସେବା ନିମନ୍ତେ ପୁରୀଜିଲ୍ଲା ବ୍ରହ୍ମଗିରି ବ୍ଲକ କେରାଣ୍ଡିଆ ହସ୍ପିଟାଲ ଓ ବାଲି ହରଚଣ୍ଡୀ ମନ୍ଦିର ନିକଟରେ ବୃକ୍ଷ ରୋପଣ ସହିତ କେରାଣ୍ଡିଆ ମେଡିକାଲ ରେ ଥିବା ରୋଗୀ ମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି l ଏହି କାର୍ଯ୍ୟକ୍ରମ କୁ ଅନୁଷ୍ଠାନ ସଭାପତି ବିଜୟ କୁମାର ଜେନା ଓ ସମ୍ପାଦକ ଗୌତମ ଜେନାଙ୍କ ଅଧକ୍ୟତା ରେ କିନ୍ନର ମହାସଂଘ ର ସଭାନେତ୍ରୀ ପ୍ରିୟାଂଶି ଦାସ, ଦେବକୀ ମାଙ୍କ ସହିତ ଆଡଭୋକେଟ ରମାଶଙ୍କର ପାତ୍ର, ସାମ୍ବାଦିକ ରମେଶ ସାହୁ ପ୍ରମୁଖ ଉପସ୍ଥିତ ରହି ବୃକ୍ଷ ରୋପଣ ସହିତ ପ୍ରସାଦ ସେବନ ମା ବାଲି ହରଚଣ୍ଡୀ ମନ୍ଦିରରେ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ପରିଚାଳନା ପାଇଁ ସଂସାଙ୍କ ମଙ୍ଗରାଜ, ଅକ୍ଷୟ ପ୍ରଧାନ, ଲିଙ୍ଗରାଜ ସାହୁଙ୍କ ସହିତ ଅନୁଷ୍ଠାନ ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ l

Leave a Reply

Your email address will not be published. Required fields are marked *