“ସମ୍ବାଦ ସାହିତ୍ୟ ଘର” ତରଫରୁ ବୃକ୍ଷରୋପଣ

ଭଦ୍ରକ:୧୬/୦୭: ସାରା ଓଡିଶାକୁ ସବୁଜ ସୁନ୍ଦର କରିବା ଲକ୍ଷ ନେଇ ସମ୍ବାଦ ସାହିତ୍ୟ ଘର ତରଫରୁ ପ୍ରୟାସ ଜାରି ରହିଛି। ସମ୍ବାଦ ସାହିତ୍ୟ ଘର ତିହିଡି ଶାଖା ତରଫରୁ ସ୍ଥାନୀୟ କୋହ୍ଲ ହାଇସ୍କୁଲ ପରିସରରେ ‘ସମ୍ବାଦ’ର ତିହିଡି ପ୍ରତିନିଧି ତଥା ସମ୍ବାଦ ସାହିତ୍ୟ ଘରର ଆବାହକ ପ୍ରଭାତ ରାଉଳଙ୍କ ତତ୍ୱାବଧାନରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସମ୍ବାଦ ସାହିତ୍ୟ ଘରର ସଭାପତି ସଚିକାନ୍ତ ନାୟକ, ସମ୍ପାଦକ କୈଳାସ ବେହେରା, ନୀଳମାଧବ ସେନାପତି, ବିଭୁତିଭୂଷଣ ସେନାପତି, ନିରଞ୍ଜନ ବାରିକ, ବିସ୍ମୟ ସାହୁ, ଗିରିଜା ନନ୍ଦନ ଦାଶ ଏବଂ କୋହ୍ଲ ହାଇସ୍କୁଲର ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ସାହୁ ଓ ଅନ୍ୟ ଶିକ୍ଷକ, ଶିକ୍ଷୟିତ୍ରୀମାନେ ଉକ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *