ଆସନ୍ତୁ ସମସ୍ତେ ସଂକଳ୍ପ ନେବା ପକୃତି ପ୍ରେମୀ ହେବା ଓ ସବୁଜବନାନୀ ସୃଷ୍ଟି କରିବା।

ଫୁଲବାଣୀ:-୧୮/୦୭- ପରିବେଶ ସୁରକ୍ଷା,ଆମରି ରକ୍ଷା।ଗଛଟିଏ,ମଣିଷଟିଏ।ଏମିତି ସ୍ଲୋଗାନ ଆମେ ସମସ୍ତେ ଦେଉଛୁ ସତ,କିନ୍ତୁ ଏହାକୁ ସମସ୍ତଙ୍କ ହୃଦୟରେ ବିଶ୍ୱାସ ଜନ୍ମାଇବାକୁ ଆମ ସମସ୍ତଙ୍କ ଭୂମିକା ରହିବା ଦରକାର। ଆମେ ନିଜକୁ ଯଦି ପ୍ରଶ୍ନ କରିବା ତାହେଲେ ନିଶ୍ଚିତ ବୁଝି ପାରିବା ପ୍ରକୃତରେ ଗୋଟିଏ ଗଛ ମଣିଷ ପାଇଁ କେତେଯେ ମୂଲ୍ୟବାନ। ଯେଉଁ ଗଛ ପ୍ରକୃତି ସୃଷ୍ଟି କରି ସମଗ୍ର ପୃଥିବୀକୁ ବଞ୍ଚାଇ ରଖିଛି,ଏହି ମଣିଷ ଠାରେ ସବୁ ଅଜାଡ଼ି ଦେଇଛି। ଚାହା ଠାରୁ ଆରମ୍ଭ କରି ଫୁଲ,ଫଳ,ପତ୍ର,କାଠଫନିଚର,ଔଷଧ,ଅମ୍ଳଜାନ ଏଭଳି ଅନେକ ଅନେକ ଯାହା ବର୍ଣ୍ଣନା କରିହେବନାହିଁ। ଯଦି ପରିବେଶ ସୁରକ୍ଷା ରହିଛି ତାହେଲେ ନିଶ୍ଚିତ ଆମେ ସମସ୍ତେ ଜୀବନ ସାରା ସୁସ୍ଥ ରହିବା ଓ ଶାନ୍ତି ଜୀବନ ବିତାଇବାଜୀବିକା ପାଇବାରେ ଅଭାବ ରହିବ ନାହିଁ।ଆଜି ଯଦି ଭଲରେ ଚିନ୍ତା କରିବା ୨୫/୩୦ ବର୍ଷ ତଳେ ଯେଉଁ ପ୍ରକୃତି ଥିଲା ତାହା ଆଜି କେତେଯେ ଲୋପ ପାଇଯାଇଛି। ଯେଉଁଥି ପାଇଁ କେତେକ ବିପଦ ମାଡିଚାଲିଛି।ବନ୍ୟା,ବାତ୍ୟା,ଭୂମିକମ୍ପ, ଅଦୃଶ୍ୟ ରୋଗ ଇତ୍ୟାଦି।ତେଣୁ ପ୍ରକୃତିକୁ ବଞ୍ଚାଇଲେ ଆମେ ସମସ୍ତେ ବଞ୍ଚିବା। ତେଣୁ ବର୍ତ୍ତମାନ ବି ସମୟ ଅଛି ଏବଂ ଋତୁ ଆସିଛି। ଆସନ୍ତୁ ସମସ୍ତେ ସଂକଳ୍ପ ନେବା,ପ୍ରକୃତି ପ୍ରେମୀ ହେବା ଓ ଆମ ପରିବେଶକୁ ସବୁଜବନାନୀ ସୃଷ୍ଟି କରିବା ବୋଲି ନିଜେ ଗଛ ଲଗାଇବାରେ ନିଜ ମନ ପ୍ରାଣ ପ୍ରକୃତି ପାଖରେ ଅର୍ପଣ କରିଦେଇଛନ୍ତି ସମାଜସେବୀ ତଥା ସାମ୍ବାଦିକ ବୈଦ୍ୟନାଥ ବେହେରା ଏହି ଫଟୋ ଦୃଶ୍ୟରେ ଅନ୍ୟକୁ ସଚେତନତା ସୃଷ୍ଟି କରୁଛନ୍ତି।

Leave a Reply

Your email address will not be published. Required fields are marked *