ବିଭିନ୍ନ ସ୍କୁଲରେ ବୃକ୍ଷରୋପଣ କାର୍ଯ୍ୟକ୍ରମ
୧୫/୭- ଦିନ ୧୧ଟା ସମୟରେ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ କୃଷ୍ଣପ୍ରସାଦ ବ୍ଲକ୍ ବଡଝାଡ ପଞ୍ଚାୟତର କମଳେଶ୍ୱର ବିଦ୍ୟାପିଠ, ଝାରକଟା,ଗୋମଣ୍ଡିଆ ପଞ୍ଚାୟତ ହରିଚନ୍ଦନ ପୁର ବିଜୁ ପଟ୍ଟନାୟକ ଗ୍ରାମ୍ୟ ଉଦ୍ୟାନ ଓ ଜୟଦୁର୍ଗା ସଂସ୍କୃତ ବିଦ୍ୟାଳୟ ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା। ଏହି କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲା ବିଜୁ ଜନତା ଦଳର ସଧାରଣ ସମ୍ପାଦକ ହେମନ୍ତ କୁମାର ଜେନା, କୃଷ୍ଣପ୍ରସାଦ ବ୍ଲକ୍ ବିଜୁ ଜନତା ଦଳ ସଭାପତି ଲକ୍ଷ୍ମୀଧର ସାହୁ,ପୂର୍ବତନ ସଭାପତି କୈଳାସ ପଟ୍ଟନାୟକ,ଜିଲ୍ଲା ପରିଷଦ ସଦସ୍ୟା ପ୍ରଭାତୀ ପ୍ରଧାନ,ବ୍ଲକ୍ ଉପାଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଜେନା,ସରପଞ୍ଚ ସତ୍ୟବାନ୍ ତରେଇ,ଉଦୟନାଥ ଶିକ୍ଷା ପ୍ରତିଷ୍ଠାନ ର ସଭାପତି ବ୍ରଜକିଶୋର ଜେନା,ପ୍ରଧାନ ଶିକ୍ଷକ କାଶିନାଥ ଜେନା,ପୂର୍ବତନ ସରପଞ୍ଚ ଯୁଧିଷ୍ଠିର ସାହୁ, ଗୋମଣ୍ଡିଆ ପଞ୍ଚାୟତ ସରପଞ୍ଚ ସଞ୍ଜୁଲତା ଜେନା, ସମିତି ସଭ୍ୟ ବିଜୟ କୁମାର ତରେଇ, ସଂସ୍କୃତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭିମସେନ ଦାସ ଓ ସହକାରୀ ଶିକ୍ଷକ ନରେନ୍ଦ୍ର କୁମାର ତରେଇ ଉପସ୍ଥିତ ଥିଲେ।