ଜେଲ ପରିସରରେ ବନ ମହୋତ୍ସବ

କରୋନାର ଦ୍ୱିତୀୟ ଲହରୀ ପରେ ଅମ୍ଳଜାନର ଅଭାବନେଇ ଜନସାଧାରଣ ବେଶ ସଜାଗ ହୋଇଛନ୍ତି । ଏନେଇ ବୃକ୍ଷ ରୋପଣ ଉପରେ ଅଧିକ ଗୁରତ୍ୱ ଦେଉଛନ୍ତି ସାଧାରଣ ଲୋକ । ଚଳିତ ବର୍ଷ ୭୨ ତମ ବନ ମହୋତ୍ସବ ଅବସରରେ ସବୁ ସ୍ଥାନରେ ବୃକ୍ଷ ରୋପଣ ନେଇ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ପକ୍ଷରୁ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଉଛି । ଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନ କେନ୍ଦୁଝର ଡେଭଲପମେଣ୍ଟ କାଉଁସିଲ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ବ୍ୟାପକ ବୃକ୍ଷ ରୋପଣର ପଣ ନେଇଛି । ଏହି ଅବସରରେ ଆଜି କେନ୍ଦୁଝର ଜିଲ୍ଲା ମୁଖ୍ୟ କାରାଗାର ପରିସରରେ ଦୁଇ ଶହ ରୁ ଉର୍ଦ୍ଧ୍ବ ଔଷଧୀୟ ବୃକ୍ଷ ରୋପଣ କରାଯାଇଥିଲା । ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଜେଲର ଅନ୍ତେବାସୀ ମାନେ ମୂଖ୍ୟ ଭୂମିକା ଗ୍ରହଣ କରିଥିବା ବେଳେ କାଉଁସିଲ ର ସଦସ୍ୟ ମାନେ ସହଯୋଗ କରିଥିଲେ । ଜେଲ ପରିସରରେ ନୂତନ ରୋପଣ କରାଯାଇଥିବା ବୃକ୍ଷକୁ ବଞ୍ଚେଇ ରଖିବା ମୁଖ୍ୟ ଉଦେଶ୍ୟ ଥିବା ଜେଲ ସୁପ୍ରିଟେଣ୍ଡେଣ୍ଟ ପ୍ରକାଶ କରିଥିଲେ । ଆଗାମୀ ଦିନରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏଭଳି ଔଷଧୀୟ ଗୁଣ ଯୁକ୍ତ ବୃକ୍ଷ ରୋପଣ କରାଯିବ ବୋଲି କାଉଁସିଲ ର ଅଧକ୍ଷ ପ୍ରକାଶ କରିଛନ୍ତି