ବ୍ରହ୍ମଗିରି ମହିଳା, ଯୁବ ଓ ଛାତ୍ର ବିଜୁ ଜନତା ଦଳ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
![](https://teerthkhetra.com/wp-content/uploads/2021/07/WhatsApp-Image-2021-07-06-at-7.07.17-PM.jpeg)
୦୬/୦୭ -ବ୍ରହ୍ମଗିରି ମହିଳା, ଯୁବ ଓ ଛାତ୍ର ବିଜୁ ଜନତା ଦଳ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ସବୁଜ ଓଡିଶା ଓ ସବୁଜ ବ୍ରହ୍ମଗିରି ଗଠନରେ ଏହି ପ୍ରୟାସକୁ ବିଜୁ ଜନତା ଦଳର ସାଧାରଣ ସମ୍ପାଦକ (ମୁଖ୍ୟାଳୟ) ସଞ୍ଜୟ କୁମାର ଦାସବର୍ମା ସାଧୁବାଦ ଜଣାଇଛନ୍ତି । ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସାମିଲ ସମସ୍ତ ପ୍ରତନିଧି ମାନଙ୍କୁ ଶ୍ରୀ ଦାସ ବର୍ମା ଧନ୍ୟବାଦ ଜଣାଇଛନ୍ତି । ଏହି କାର୍ଯ୍ୟକ୍ରମରେ ବେଣ୍ଟପୁର ପଞ୍ଚାୟତର ସାଥିଭଉଣି, ବ୍ରହ୍ମଗିରି ପଞ୍ଚାୟତର ସାନବନ୍ଧକେରା ଓ କାଳିକାବାଡି ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଦସ୍ୟ କୈଳାସ ଚନ୍ଦ୍ର ପରିଡା,ଜିଲ୍ଲା ପରିଷଦ ସଦସ୍ୟ ସୁରେନ୍ଦ୍ର କୁମାର ରାଉତ,ବିଜୁ ଜନତା ଦଳ ରାଜ୍ୟ ସମ୍ପାଦକ କିଶୋର ନାୟକ,ବ୍ରହ୍ମଗିରି ବିଜୁ ଜନତା ଦଳର ବରିଷ୍ଠ ନେତା ଭଗବାନ ନାୟକ,ବାବାଜୀ ସାମନ୍ତସିଂହାର,ବ୍ରହ୍ମଗିରି ସରପଞ୍ଚ ମଧୁସ୍ମିତା ସାହୁ,ସମିତି ସଦସ୍ୟ ଯୁଧିଷ୍ଠିର ନାୟକ,ବେଣ୍ଟପୁର ସରପଞ୍ଚ ପର୍ଶୁରାମ ସାହୁ,ବ୍ରହ୍ମଗିରି ବ୍ଲକ ଅଧ୍ୟକ୍ଷା ଙ୍କ ପ୍ରତିନିଧି କୃଷ୍ଣଚନ୍ଦ୍ର ରାଉତ ଓ ଯୁବ ନେତା ବିଜୟ କୁମାର ଦଳେଇ ଉପସ୍ଥିତ ଥିଲେ।