ଯାଜପୁର ରୋଡ ରେଳ ଷ୍ଟେସନ ନିକଟରେ ଓଭରର୍ବ୍ରିଜ ଓ ଗଳିପୋଲ ନିର୍ମାଣ ପାଇଁ ଭର୍ଚୁଆଲ୍ ରେ ଭିତ୍ତିପ୍ରସ୍ତର କଲେ ପ୍ରଧାନମନ୍ତ୍ରୀ

ଯାଜପୁର ରୋଡ ରେଳ ଷ୍ଟେସନ ନିକଟରେ ଓଭରର୍ବ୍ରିଜ ଓ ଗଳିପୋଲ ନିର୍ମାଣ ପାଇଁ ଭର୍ଚୁଆଲ୍ ମାଧ୍ୟମରେ ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି l ଯାଜପୁର ରୋଡ ରେଳ ଷ୍ଟେସନର ସତ୍ୟସାଇ ମନ୍ଦିର ନିକଟରେ ଓଭର୍ବ୍ରିଜ ଓ ଗୋପବନ୍ଧୁ ଛକ ନିକଟରେ ଗଳିପୋଲ ନିର୍ମାଣ ପାଇଁ ଅନେକ ଦିନ ହେବ ବ୍ୟାସନଗର ବାସୀ ଦାବି କରୁଥିଲେ l ଏହାକୁ ଦୃଷ୍ଟିରେ ରଖି ରେଳ ବିଭାଗ ନିକଟରେ ଅନେକ ସମୟରେ ଅନେକ ଗଣ ସଂଗଠନ ପକ୍ଷରୁ ଦାବି ଦିଆଯାଇଥିଲା l ଏହି ଦାବିକୁ ଦୃଷ୍ଟିରେ ରଖି ରେଳ ବିଭାଗ ପକ୍ଷରୁ ଓଭର୍ବ୍ରିଜ ଓ ଗଳିପୋଲ ନିର୍ମାଣ ପାଇଁ ବିଜ୍ଞପ୍ତି ଜାରି ହେଇଥିଲା l ଆଜି ରେଳ ବିଭାଗ ପକ୍ଷରୁ ଯାଜପୁର ରୋଡ ରେଳ ଷ୍ଟେସନ ମାଲଗୋଦାମ ନିକଟରେ ଏହି ପ୍ରକଳ୍ପ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ ଭର୍ଚୁଆଲ୍ ମାଧ୍ୟମରେ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି l ଏହି କାର୍ଯ୍ୟକ୍ରମ ଯାଜପୁର ସାଂସଦ ଶର୍ମିଷ୍ଠା ସେଠି ଓ କୋରେଇ ବିଧାୟକ ଅଶୋକ କୁମାର ବଳ ଅତିଥିଭାବେ ଯୋଗଦେଇଥିଲେ l ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଂଚଳର ଅନେକ ବୃଦ୍ଧିଜୀ ଯୋଗଦେଇଥିଲେ l

ଯାଜପୁର ବ୍ୟାସନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ reporter

Leave a Reply

Your email address will not be published. Required fields are marked *