ଆଜି କର୍ଣ୍ଣାଟକ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ, ବିଭିନ୍ନ ଯୋଜନାର ହେବ ଲୋକାର୍ପଣ ଓ ଶିଳନ୍ୟାସ

ନୂଆଦିଲ୍ଲୀ : ଆଜି କର୍ଣ୍ଣାଟକ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରାୟ ୧୬ ହଜାର କୋଟି ଟଙ୍କାର ବିଭିନ୍ନ ଯୋଜନାର ହେବ ଲୋକାର୍ପଣ ଓ ଶିଳନ୍ୟାସ । ହୁବଲି-ଧାରବାଡ ଗସ୍ତ କରି ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏହି ନିର୍ବାଚନ ମଣ୍ଡଳୀରେ ସେ ବିଶ୍ବର ଦୀର୍ଘତମ ରେଳ ପ୍ଲାଟଫର୍ମକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ନିକଟରେ ଏହାକୁ ଗିନିଜ୍ ବୁକ୍ ଅଫ୍ ଓ୍ୱାର୍ଲଡ ରେକର୍ଡରେ ସ୍ଥାନ ମିଳିଛି । ପ୍ରାୟ ୨୦ କୋଟି ଟଙ୍କା ବ୍ୟୟରେ ୧୫୦୭ ମିଟର ଲମ୍ବର ଏହି ପ୍ଲାଟଫର୍ମ ନିର୍ମାଣ କରାଯାଇଛି ।

ଶ୍ରୀ ସିଦ୍ଧରୁଧା ସ୍ବାମୀଜୀ ହୁବଲି ଷ୍ଟେସନରେ ବିଶ୍ବର ସବୁଠାରୁ ଲମ୍ବା ପ୍ଲାଟଫର୍ମ ନିର୍ମାଣ କରାଯାଇଛି । ସେହିପରି ବେଙ୍ଗାଲୁରୁ-ମୈସୁର ଏକ୍ସପ୍ରେସ ୱେର ମଧ୍ୟ ଉଦଘାଟନ କରିବେ ମୋଦି । ୧୧୮ କିଲୋମିଟର ଲମ୍ବା ଏହି ପ୍ରୋଜେକ୍ଟରେ ଖର୍ଚ୍ଚ ହୋଇଛି ୮ ହଜାର ୪୮୦ କୋଟି ଟଙ୍କା । ଏହି ଏକ୍ସପ୍ରେସ ୱେ ଫଳରେ ବେଙ୍ଗାଲୁରୁରୁ ମୈସୁରକୁ ୩ ଘଣ୍ଟା ବଦଳରେ ୭୫ ମିଟିନରେ ଯାତ୍ରା କରିହେବ । ଏହାପରେ ମୈସୁର-ଖୁସଲନଗର ୪ ଲେନ ବିଶିଷ୍ଟ ହାଇୱେର ଭିତ୍ତି ପ୍ରସ୍ତର ମଧ୍ୟ ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ । ୯୨ କିଲୋମିଟର ଲମ୍ବ ଏହି ପ୍ରୋଜେକ୍ଟ ପାଇଁ ଖର୍ଚ୍ଚ ହେବ ପ୍ରାୟ ୪ ହଜାର ୧୩୦ କୋଟି ଟଙ୍କା । ମୈସୁରରୁ ଖୁସଲନଗର ଯିବା ପାଇଁ ୫ ଘଣ୍ଟା ସମୟ ଲାଗୁଥିବାବେଳେ ଏହି ହାଇୱେ ହେବା ପରେ ମାତ୍ର ଅଢ଼େଇ ଘଣ୍ଟାରେ ପହଞ୍ଚିହେବ ।

Leave a Reply

Your email address will not be published. Required fields are marked *