ନଭେମ୍ବର ୧୫ରେ ପିଏମ୍ ପିଭିଟିଜି ବିକାଶ ମିଶନର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ଆସନ୍ତା ୧୫ ତାରିଖ ଜନଜାତୀୟ ଗୌରବ ଦିବସ ଅବସରରେ କେନ୍ଦ୍ର ସରକାର ଅନୁସୂଚତି ଜନଜାତିଙ୍କ ସଶକ୍ତିକରଣ ପାଇଁ ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରିବାକୁଯାଉଛନ୍ତି। ଏହି ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପିଏମ୍ ପିଭିଟିଜି (ବିଶେଷ ଭାବେ ଦୁର୍ବଳ ଜନଜାତି ସମୁଦାୟ) ବିକାଶ ମିଶନର ଶୁଭାରମ୍ଭ କରିବେ ।

ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ମୋଦୀ ସରକାର ଜନଜାତୀୟ ଗୌରବ ଦିବସ ଅବସରରେ ପିଭିଟିଜିଙ୍କ ସାମଗ୍ରିକ ବିକାଶ ସୁନିଶ୍ଚିିତ କରିବା ପାଇଁ ୨୪,୦୦୦ କୋଟିର ଏକ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି। ୨୦୨୩-୨୪ ବଜେଟରେ ବିଶେଷ ଭାବେ ଦୁର୍ବଳ ଜନଜାତି ଗୋଷ୍ଠୀ (ପିଭିଟଜି)ଙ୍କ ସାମାଜିକ ଆର୍ଥିକ ସ୍ଥିତିରେ ଉନ୍ନତିଆଣିବା ପାଇଁ ପ୍ରଧାନମନ୍ତ୍ରୀ ପିଭିଟଜିି ବିକାଶ ମିଶନର ଶୁଭାରମ୍ଭ ନିମନ୍ତେ ଘୋଷଣା କରାଯାଇଥିଲା।

୧୮ଟି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ୨୨୦ଟି ଜିଲ୍ଲାର ୨୨,୫୪୪ଟି ଗ୍ରାମରେ ୭୫ ପିଭିଟିଜି ସମୁଦାୟ ରହୁଛନ୍ତି। ଏମାନଙ୍କ ଜନସଂଖ୍ୟା ପ୍ରାୟ ୨୮ ଲକ୍ଷ ହେବ । ଏହି ଜନଜାତିମାନେ ବିଚ୍ଛିନ୍ନ, ଦୁର୍ଗମ ଏବଂ ଅପହଞ୍ଚ ବସ୍ତିରେ, ପ୍ରାୟତଃ ଜଙ୍ଗଲ ଅଞ୍ଚଳରେ ରୁହନ୍ତି। ତେଣୁ ପିଭିଟିଜି ପରିବାର ଏବଂ ବସତି ଗୁଡିକୁ ସଡକ ଏବଂ ଦୂରସଞ୍ଚାର ଯୋଗାଯୋଗ , ବିଦ୍ୟୁତ ସଂଯୋଗ , ସୁରକ୍ଷିତ ବାସଗୃହ, ବିଶୁଦ୍ଧ ପାନୀୟ ଜଳ ଏବଂ ପରିମଳ, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ପୋଷଣର
ଉନ୍ନତ ଉପଲବ୍ଧତା ଏବଂ ସ୍ଥାୟୀ ଜୀବିକା ସୁଯୋଗ ଭଳି ମୌଳକି ସୁବିଧା ପ୍ରଦାନ କରିବା ପାଇଁ ଏହି ମିଶନ ଆରମ୍ଭ କରିବାପାଇଁ ଯୋଜନା କରାଯାଇଛି ।
୯ଟି ମନ୍ତ୍ରଣାଳୟର ୧୧ଟି ହସ୍ତକ୍ଷେପ ଆଧାରିତ ଯୋଜନା ମାଧ୍ୟମରେ ଏହି ମିଶନ କାର୍ଯ୍ୟକାରୀ ହେବ । ଉଦାହରଣ ସ୍ୱରୂପ, ପିଏମଜିଏସୱାଇ, ପିଏମଜିଏୱାଇ, ଜଳ ଜୀବନ ମିଶନ ଇତ୍ୟାଦି ଅଧୀନରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯିବ । ଏହି ଦୁର୍ଗମ ପିଭିଟିଜି ବସତି ଗୁଡିକୁ ଅର୍ନ୍ତଭୁକ୍ତ କରିବା ପାଇଁ ଯୋଜନା ଗୁଡିକର କିଛି ନିୟମ କୋହଳ କରାଯି୍ବ।
ଏହା ବ୍ୟତୀତ ପିଏମ୍‌ଜେଏୱାଇ, ସିକଲ୍ ସେଲ୍ ରୋଗ ବିଲୋପ, ଯକ୍ଷ୍ମା ନିରାକରଣ, ଶତ ପ୍ରତିଶତ ଟିକାକରଣ, ପିଏମ୍ ସୁରକ୍ଷିତ ମାତୃତ୍ୱ ଯୋଜନା, ପିଏମ୍ ମାତୃ ବନ୍ଦନା ଯୋଜନା, ପିଏମ୍ ପୋଷଣ, ପିଏମ୍ ଜନଧନ ଯୋଜନା ଇତ୍ୟାଦି ପାଇଁ ପୃଥକ ଭାବେ ଶତପ୍ରତିଶତ ଖଭରେଜ ସୁନିଶ୍ଚିିତ କରାଯିବ।

Leave a Reply

Your email address will not be published. Required fields are marked *