ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ

ଜଣେ ୧୬ବର୍ଷୀୟା ନାବାଳିକା ଦୁଷ୍କର୍ମୀଙ୍କୁ ୨୦ ବର୍ଷ କାରାଦଣ୍ଡ । କାରାଦଣ୍ଡ ଶୁଣାଇଛନ୍ତି ଜଗତସିଂହପୁର ଜିଲ୍ଲା ସ୍ୱତନ୍ତ୍ର ପୋକ୍ସୋ କୋର୍ଟର ବିଚାରପତି ଅଜୟ କୁମାର ମହାନ୍ତି ।ଏହା ସହିତ ପିଡ଼ିତାଙ୍କୁ ୭ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣକୁ ନିର୍ଦେଶ ଦେଇଛନ୍ତି ।ସୂଚନା ଅନୁସାରେ ଗତ ୨୦୧୯ ମସିହାରେ କୁଜଙ୍ଗ ଥାନା ଥାନା ଅଂଚଳର ଜଣେ ୧୬ବର୍ଷୀୟା ନାବାଳିକାକୁ ଏରସମା ଥାନା ଧୋବେଇ ଗାଁର ହଡୁ ଓରଫ ମାନସ ସାମଲ ଅପହରଣ କରି ପଣ୍ଡିଚେରୀ ନେଇଯାଇଥିଲା । ସେଠାରେ ପିଡିତାକୁ ଆସାମୀ ହଡୁ ବାରମ୍ବାର ଦୁଷ୍କର୍ମ କରିଥିଲା । ଝିଅ ଅପହରଣକୁ ନେଇ ସମ୍ପୃକ୍ତ ନାବଳିକାର ବାପା କୁଜଙ୍ଗ ଥାନାରେ ଏତଲା ଦେଇଥିଲେ ।ପୋଲିସ କୁଜଙ୍ଗ ଥାନା କେଶ ନମ୍ବର ୮୧/୧୯ ରୁଜୁ କରି ତଦନ୍ତ କରିବା ସହିତ ଦୀର୍ଘ ୭ମାସ ପରେ ଅଭିଯୁକ୍ତ ମାନସ ସାମଲକୁ କଟକ ରେଳ ଷ୍ଟେସନରୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଆଜି ସେହି ମାମଲାର ବିଚାର କରି ସ୍ୱତନ୍ତ୍ର ପୋକସୋ କୋର୍ଟର ବିଚାର କରି ଅଜୟ କୁମାର ମହାନ୍ତି ଦୁଷ୍କର୍ମୀଙ୍କୁ ୨୦ବର୍ଷ ଜେଲ ଦଣ୍ଡ ସହ ୨୫ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି ଓ ଜୋରିମାନା ଅନାଦେୟ ଅଧିକ ୫ମାସ ଜେଲଦଣ୍ଡ ଦଣ୍ଡିତ କରିଛନ୍ତି । ପିଡ଼ିତାଙ୍କ ପକ୍ଷରୁ ଆଇନଜୀବୀ ଦୋଳ ଗୋବିନ୍ଦ ଦାଶ କେଶ ପରିଚାଳନା କରୁଥିଲେ ।

ଜଗତସିଂହପୁର ରୁ ରୀତା ସାହୁ

Leave a Reply

Your email address will not be published. Required fields are marked *