କବିତା ଶୀର୍ଷକ

କବିତା ଶୀର୍ଷକ –
ଦେବ ଦେବ ମହାଦେବ ଚନ୍ଦ୍ରଶେଖର
ପ୍ରକୃତି ବନ୍ଧୁ ହରିହର ସାହୁ
ଦେବ ଦେବ ମହାଦେବ ଚନ୍ଦ୍ରଶେଖର
ପୂଜା ପାଉଅଛ ପ୍ରଭୁ ଭୋଳା ଶଙ୍କର
ଦେବ ଦେବ ମହାଦେବ ଚନ୍ଦ୍ରଶେଖର।
କପିଳାସ ପୀଠ ଆଜି ଚଳ ଚଞ୍ଚଳ
ପୁଜା କରୁଛନ୍ତି ଭକ୍ତ ହୋଇ ତତ୍ପର।
ଦେବ ଗ୍ରାମ ଦେଓଗାଁ ଯେ ଚଳ ଚଞ୍ଚଳ
ତୁମ ନାମ ଗୁଣ ଗାଇ ଭକ୍ତ ବତ୍ସଳ।
ଦ୍ବିତୀୟ କୈଳାସ କ୍ଷେତ୍ର ନାମେ ନାମିତ
କପିଳାସ ଶୈବପୀଠ ରୂପେ ବିଦିତ।
ଭାରତ ବର୍ଷ ମଧ୍ୟରୁ ଭକତ ଭିଡ଼
ସତେ ବା ଭକତ ଠାରୁ ଛାଡଇ ଜାଡ।
ନିତି କାନ୍ତି ଅନେକ ଯେ କପିଳାସରେ
ଭକତ ବତ୍ସଳ ହର ଢେଙ୍କାନାଳ ରେ।
ବାରମାସେ ତେର ପର୍ବ ପୂଜା ତୁମର
ଢେଙ୍କାନାଳ ଜିଲ୍ଲା ର ହେ ବଡ ଠାକୁର।
ମୁଁ ଛାର ମାନବ ଅଟେ ଯେ ହରିହର
ଦୋଷ ଥିଲେ କ୍ଷମା କର ପ୍ରିୟ ଠାକୁର।
(ରାଜ୍ୟ, ପ୍ରକୃତି ବନ୍ଧୁ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଓ ଆନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ)
ଇଲେଇଜଙ୍ଗ, ଗଁଦିଆ, ଢେଙ୍କାନାଳ, ଓଡ଼ିଶା