ପ୍ରେମ…ଅଢେଇ ଅକ୍ଷର
ତୁମେ ତ ଆସିଛ ଜୀବନରେ ମୋର
ସୁନେଲି ସପନ ନେଇ
ତୁମେ ତ ଫୁଟିଛ ମନ କାନନରେ
ଗୋଲାପ ଫୁଲ ଟେ ହୋଇ..
କେତେ ପ୍ରେମ ଚିଠି ଲେଖି ନିଜହାତେ
ତୁମକୁ ମୁଁ ପଠାଇଛି
ଭୁଲି ଯିବା ପାଇଁ ଯଦି ମନକହେ
ବିବେକ ମନା କରୁଛି..
ମୋ ମନରେ ଯେଉଁ ପ୍ରେମ ନିଆଁ ତମେ
ଜଳେଇ ଦେଇଛ ସାଥି
ଜଳି ମୁଁ ସାରିଛି ପାଉଁଶ ସାଜିଛି
ସେ ନିଆଁ ର ଏତେ ତାତି..
ଚାହେଁ ମୁ ତୁମକୁ ତୁମେ ଚାଲିଆସ
ବାଟରେ ସଜେଇ ଫୁଲ
ଜୀବନ ସାରା ମୁଁ ପ୍ରତୀକ୍ଷା କରିବି
ପାଏ ପରା ତତେ ଭଲ…

ରିପୋଟର -ହିମାନ୍ଦ୍ରି ମେହେର (ମିନୁ )