ଓଡ଼ିଶା ଦିବସ ଅବସରରେ କବିତା ପାଠୋତ୍ସବ

ପୁରୀ ୧/୪- ୮୮ ତମ ଓଡ଼ିଶା ଦିବସ ଅବସରରେ ଶ୍ରୀକ୍ଷେତ୍ର ଉତ୍କଳ ସମ୍ମିଳନୀ ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗର ମିଳିତ ଆନୁକୂଲ୍ୟରେ ରାଣୀ ସତୀ ଭବନ ଠାରେ ଦେଶାତ୍ମବୋଧକ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟକ୍ରମରେ ଶିକ୍ଷାବିତ ଶିବସୁନ୍ଦର ମିଶ୍ର ଅଧ୍ୟକ୍ଷତା କରିଥିଲେ l ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠି କହିଲେ ଆଜକୁ ଠିକ ୮୭ ବର୍ଷ ତଳେ ଓଡିଶା ଏକ ଭାଷା ଭିତ୍ତିକ ସ୍ୱତନ୍ତ୍ର ପ୍ରଦେଶ ରୂପେ ଜନ୍ମ ଲାଭ କରିଥିଲା l ଏହା ଥିଲା ଆଧୁନିକ ଓଡିଶା ଇତିହାସର ସ୍ମରଣୀୟ ଘଟଣା l ୧୯୩୬ ମସିହା ଅପ୍ରେଲ ପହିଲାଠାରୁ ଆମେ ଉତ୍କଳ ଦିବସ ପାଳନ କରିଆସୁଅଛୁ l ମୁଖ୍ୟବକ୍ତା ଭାବେ ପ୍ରାଚୀ ମହାବିଦ୍ୟାଳୟ ଅଧ୍ୟକ୍ଷ ଡକ୍ଟର ଦିଲ୍ଲୀପ କୁମାର ସେନାପତି ଯୋଗଦେଇ କହିଲେ ଯେଉଁ ସ୍ମରଣୀୟ ମହା ପୁରୁଷଙ୍କୁ ନେଇ ଓଡିଶା ପ୍ରଦେଶ ଗଠନ ହୋଇଥିଲା ସେମାନଙ୍କୁ ଆମେ ମନେପକାଇବା ଓ ସମ୍ମାନ ଦେବା ଆମର ପରମ କର୍ତ୍ତବ୍ୟ l ଓଡ଼ିଶାର କବି ଓ ଲେଖକମାନଙ୍କର ସାହିତ୍ୟ ସାଧନା ଅବ୍ୟାହତ ରହିଥିବାରୁ ଓଡ଼ିଆ ଭାଷା ସଂସ୍କୃତି ସମୃଦ୍ଧ ହୋଇଛି l ଅନ୍ୟତମ ଅତିଥି ଭାବେ ପ୍ରାକ୍ତନ ଶିକ୍ଷା ମଣ୍ଡଳlଧୀଶ ବିଜୟ ଲକ୍ଷ୍ମୀ ଦାଶ, ଆଇନୀଜୀବୀ ପୂର୍ଣ୍ଣଚନ୍ଦ୍ର ଦାସ, ସମାଜସେବୀ ଚକ୍ରଧର ମହାପାତ୍ର,ବରିଷ୍ଠ ପତ୍ରକାର ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଉତ୍କଳ ଦିବସର ମହତ୍ତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ l ଏହି ଅବସରରେ ଓଡିଶା ସଂଗୀତ ପରିଷଦ ପକ୍ଷରୁ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା l ଆୟୋଜିତ କବିତା ପାଠୋତ୍ସବରେ ଡକ୍ଟର ରାନୁ ମିଶ୍ର, ଅଧ୍ୟାପକ ଭାରତୀ ଭୂଷଣ ଦାସ, ସଦାଶିବ ମିଶ୍ର, ସୁବାଷ ଚନ୍ଦ୍ର ଶତପଥୀ, ଦୟାନିଧି ପଣ୍ଡା, ଅନ୍ନପୂର୍ଣ୍ଣା ଦେବୀ, ଯୋଗେଶ୍ୱର ପ୍ରହରାଜ, ତୃପ୍ତି ପଣ୍ଡା, ସୁନିତା ଦାସ, କାଶୀନାଥ ଖୁଣ୍ଟିଆ, ପୌର୍ଣ୍ଣମାସୀ ଦେବୀ, ଡକ୍ଟର ସସ୍ମିତା ମିଶ୍ର ପ୍ରମୁଖ ସ୍ୱରଚିତା କବିତାମାନ ପାଠ କରିଥିଲେ l ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତାରେ କୃତି ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା l କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଅନୁଷ୍ଠାନର ସମ୍ପାଦକ ଜୋତିର୍ବିଦ ଅନାମ ଚନ୍ଦ୍ର ସାହୁ l ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ସୁଶ୍ରୀ କ୍ରିଷ୍ଣା ଦେବୀ l

Leave a Reply

Your email address will not be published. Required fields are marked *