ସଂକଳ୍ପ ଅନୁଷ୍ଠାନ ର କଵିତା ଆସର

ଦଶପଲ୍ଲା ସଂକଳ୍ପ ସାହିତ୍ୟ ସେଵା ଅନୁଷ୍ଠାନ ପକ୍ଷରୁ ସ୍ଥାନୀୟ ରାଧାମୋହନ ଜୀଉ ହାଇସ୍କୁଲ ପରିସରରେ କଵିତା ଆସର ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନ ର ସଭାପତି ତଥା ଅବସର ପ୍ରାପ୍ତ ଜେଲ ଡି ଆଇ ଜି ଗୋଲକ ବିହାରୀ ମହାନ୍ତି ଙ୍କ ସଭାପତିତ୍ବରେ ଆୟୋଜିତ କବିତା ଆସରରେ ବରିଷ୍ଠ ନାଗରିକ ମଞ୍ଚ ସଭାପତି ପ୍ରାଣକୃଷ୍ଣ ଵେହେରା ସ୍ବାଗତ ଭାଷଣ ଦେଇଥିଲେ । ସମ୍ମାନିତ ଅତିଥି ରୁପେ କଵି ରବିନ୍ଦ୍ରନାଥ ମିଶ୍ର ଏବଂ ଅବସର ପ୍ରାପ୍ତ ଶିକ୍ଷକ ତଥା ବରିଷ୍ଠ କଵି ପ୍ରସନ୍ନ କୁମାର ଶତପଥୀ ଯୋଗଦେଇଥିଲେ । ସମ୍ମାନିତ ଅତିଥିବୃନ୍ଦ ଦୋଳ ଓ ହୋଲି ପର୍ବ ସମ୍ପର୍କରେ ସୂଚନା ଦେଇଥିଲେ । ଏହାପରେ ହୋଲି ଉପରେ ଚିତ୍ତାକର୍ଷକ କବିତା ଆସର ଅନୁଷ୍ଠିତ ହୋଇଥିଲା କଵି ମୁରଲିଧର ମହାରଣା ,କିଶୋର ଚନ୍ଦ୍ର ଦଳଵେହେରା ,ପ୍ରକାଶ କୁମାର ସାହୁ ,ଗୋଲକ ବିହାରୀ ମହାନ୍ତି , ରବିନ୍ଦ୍ରନାଥ ମିଶ୍ର ,ଵନମାଳି ପ୍ରଧାନ ପ୍ରଭାତ ସାହୁ, ଚଇତନ ରାଉତ , ଇସାନା ସ୍ଵସ୍ତିକ ଦିବ୍ୟ ଜ୍ୟୋତି ଏବଂ କଳ୍ପନା ଗଜେନ୍ଦ୍ର ପ୍ରମୁଖ କବିତା ପାଠ କରିଥିଲେ । ଉକ୍ତ କଵିତା,ଆସରରେ ସମସ୍ତଙ୍କୁ ରଂଗ ଲଗାଯାଇ ଭାବର ଆଦାନ ପ୍ରଦାନ କରାଯାଇଥିଲା। ପରିଶେଷରେ ଅନୁଷ୍ଠାନ ର ସଂପାଦକ ପ୍ରକାଶ କୁମାର ପାଣି ସମସ୍ତ ଙ୍କୁ ଧନ୍ୟବାଦ ଦେଇଥିଲେ

Leave a Reply

Your email address will not be published. Required fields are marked *