୭ ଆନ୍ତ ଜିଲ୍ଲା ଡକାୟତିଙ୍କୁ ଗିରଫ କଲା ପୋଲିସ

କାମାକ୍ଷାନଗର୨୨.୧୧.୨୦୨୩-ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ପୋଲିସର ବଡ ସଫଳତା।ବିଳମ୍ବିତ ରାତିରେ ଏକ ୭ଜଣିଆ ଡକାୟତି ଗ୍ୟାଙ୍ଗ ଡକାୟତି ଯୋଜନା କରୁଥିବା ବେଳେ କଙ୍କଡାହାଡ ପୋଲିସ ହାତରେ ଧରାପଡିଛନ୍ତି।ରାତି ପ୍ରାୟ ୨ଟା ସମୟରେ କଙ୍କଡ଼ାହାଡ଼ ପୋଲିସ ପେଟ୍ରୋଲିଙ୍ଗ କରୁଥିବା ସମୟରେ ବିରାଶାଳ ନିକଟ କୋଚିଲା ବାଙ୍କ ନିକଟରେ ଥିବା ଏକ ଘରେ ବସି ଯୋଜନା କରୁଥିବା ବେଳେ ପୋଲିସ ଅତର୍କିତ ଚଢାଉ କରି ଗିରଫ କରିବାକୁ ସକ୍ଷମ ହୋଇଥିବା ବେଳେ।ସେମାନଙ୍କ ନିକଟରୁ ଗୋଟିଏ ପିସ୍ତଲ,୬୦ ହଜାର ଟଙ୍କା,ଗୋଟିଏ କାର,ଗୋଟିଏ ବାଇକ,୫ଟି ହ୍ୟାଣ୍ଡ ବମ,୨ଟି କାତି ୭ଟି ମୋବାଇଲ,୨ପ୍ୟାକେଟ ଲଙ୍କା ଗୁଣ୍ଡ ଜବତ କରିଛି।ଏମାନେ ମୁଖ୍ୟତଃ ଫାଇନାନ୍ସ କର୍ମଚାରୀ ଓ ବ୍ୟାଙ୍କରୁ ମୋଟା ଅଙ୍କର ଅର୍ଥ ଉଠାଉଥିବା ଲୋକଙ୍କୁ ଏମାନେ ଟାର୍ଗେଟ କରାଥିଆନ୍ତି। ଆସାମି ମାନେ ହେଲେ କଟକ ଜିଲ୍ଲା କାନପୁର ଥାନାର ଜଣେ ହୋଇଥିବାବେଳେ ଅନ୍ୟମାନେ ସମସ୍ତେ ଢେଙ୍କାନଳ ସଦର ଥାନ ଅଞ୍ଚଳରୁ ବୋଲି ଜଣାପଡିଛି। ଏମାନଙ୍କ ନାମରେ ଜିଲ୍ଲା ତଥା ଜିଲ୍ଲା ବାହାରେ ବିଭିନ୍ନ ଥାନାରେ ୧୮ ଟି ମାମଲା ଥିବା କାମାକ୍ଷାନଗର ଥାନାରେ ଏକ ସାମ୍ବାଦିକ ସମ୍ମିଳନିରେ କହିଛନ୍ତ ଅତିରିକ୍ତ ଏସ୍ପି। ଆସାମି ମାନଙ୍କୁ ଆଜି କୋର୍ଟଚାଲଣ କରିବା ସହ ଅଧିକ ତଦନ୍ତ ଯାରିରଖିଛି ପୋଲିସ। ଏହି ସାମ୍ବାଦିକ ସମିଳନିରେ ଅନ୍ୟ ମାନଙ୍କ ମଧ୍ୟରେ ଏସଡିପିଓ ପ୍ରଭାତ କୁମାର ତ୍ରିପାଠି,କକଙ୍କଡାହାଡ଼ ଥାନା ଅଧିକାରିଣି କଳ୍ପନା ବେହେରା,କାମାକ୍ଷାନଗର ଥାନା ଅଧିକାରି ଶରତ ଚନ୍ଦ୍ର ମହାଳିକ,ଭାପୁର ଫାଣ୍ଡି ଅଧିକାରି ଚନ୍ଦ୍ରକାନ୍ତ ସେଠି, ପ୍ରମୂଖ ଉପସ୍ଥିତ ଥିଲେ।
prakash Kumar Patra reporter