ପବିତ୍ର ମହରମ ପର୍ବ ପାଇଁ ଭଦ୍ରକ ପୋଲିସ ତରଫରୁ ଫ୍ଲାଗମାର୍ଚ୍ଚ !

ଶନିବାର ପାଳନ ହେବାକୁ ଥିବା ମହରମ ପର୍ବ କୁ ନେଇ ଭଦ୍ରକ ସହର ଚଳଚଞ୍ଚଳ ହୋଇପଡିଛି । ଅପରପକ୍ଷରେ ସମ୍ବେଦନଶୀଳ ଭଦ୍ରକ ସହର ରେ ଏହି ପର୍ବ ପାଳନକୁ ନେଇ ଜିଲ୍ଲା ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଜାରୀ ରହିଛି । ସହରରେ ଶାନ୍ତି ଶୃଙ୍ଖଳା ଭଙ୍ଗ କୁ ଦୃଷ୍ଟି ରେ ରଖି ପୁଲିସ ପ୍ରଶାସନ ପକ୍ଷରୁ ଆଜି ସଶସ୍ତ୍ର ପୁଲିସ ବାହିନୀ ର ଫ୍ଲାଗମାର୍ଚ୍ଚ ସହର ପରିକ୍ରମା କରିଛି । ବିଶେଷ କରି ଚଳିତ ବର୍ଷ ଶ୍ରାବଣୀ ପର୍ବ ସହ ଏହି ପର୍ବ ପଡୁଥିବାରୁ ସୁରକ୍ଷା ବ୍ୟବସ୍ଥା ପ୍ରତି ଅଧିକ ଦୃଷ୍ଟି ଦେବା କୁ ଏସପି ବରୁଣ ଗୁଣ୍ଡୁ ପାଲି ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲା ପୁଲିସ ବିଭାଗ ର ସୁରକ୍ଷା ବ୍ୟବସ୍ଥା ଅନୁଯାୟୀ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ୨୫ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ଏହା ସହିତ ୧୧୦ ଜଣ ଏସ୍ଆଇ ଓ ଏଏସ୍ଆଇ ଙ୍କୁ ନିଯୁକ୍ତି ଦିଆଯାଇଛି ୭ ଜଣ ଡିଏସପି ୨ ଜଣ ଅତିରିକ୍ତ ଏସ୍ପି ୧୯ ଜଣ ଇନ୍ସପେକ୍ଟର ୮୫ ଜଣ ହାବିଲଦାର ହୋମଗାର୍ଡ ୮୮ ଜଣକୁ ନିୟୋଜିତ କରାଯାଇଛି । ଭଦ୍ରକ ସହର ନୁହେଁ ଜିଲ୍ଲାର ଅନ୍ୟାନ ଅଞ୍ଚଳ ରେ ପାଳନ ହେବାକୁ ଥିବା ଏହି ପର୍ବ ନେଇ ପୁଲିସ ବିଭାଗ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏହାବ୍ୟତୀତ ସହରର ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳ ରେ ୧୧ ଟି ଷ୍ଟାର୍ଟଂ ପଏଣ୍ଟ କରାଯାଇଛି । ସହରାଞ୍ଚଳ ରେ ଥିବା ୧୨ଟି ବାଇଲାଇନ ଗୁଡିକ ର ସଡକ ପଥ କୁ ସିଲ୍ କରାଯିବା ବ୍ୟବସ୍ଥା ରହିଛି ।ଏଣ୍ଟ୍ରି ରାଏଟ୍ ଭେଇକିଲ ବଜ୍ର ପୁରୁଣାବଜାର ଥାନା ନିକଟରେ ସଜାଗ ରଖା ଯିବା ସହ ଏଣ୍ଟ୍ରି ସେବୋଚେକ୍ ବାଇବମ୍ ଡିଫ୍ୟୁଜ କ୍ୟାଡର ବନ୍ଦୋବସ୍ତ କରାଯାଇଛି । ଅପରପକ୍ଷରେ ଏହି ପର୍ବ ପାଳନ କୁ ନେଇ ଗତ ୨୬ ତାରିଖ ରୁ ସାହି ବସ୍ତି ଓ ମସଜିଦ ରେ ଥିବା ପଞା ଠାରେ ଫାତିଆ ଅନୁଷ୍ଠିତ ହୋଇଯାଇଛି । ଆଜି ଦିନ ୨ଟା ରୁ ସଂନ୍ଧ୍ୟା ୭ ଟା ପର୍ଯ୍ୟନ୍ତ କାଜି ମହଲା ଠାରୁ ଖାନକା ସରିଫ ନଗର ପଯ୍ୟନ୍ତ ଚଦର ଶୋଭାଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ୨୯ ତାରିଖ ଦିନ ୨ଟା ରୁ ରାତ୍ରି ୧୦ ପଯ୍ୟନ୍ତ ଶୋଭାଯାତ୍ରା ସହର ପରିକ୍ରମା କାଯ୍ୟକ୍ରମ ରହିଛି ପରେ ଧର୍ମ ସଭା ଅନୁଷ୍ଠିତ ହେବ ।

Report:- Punil Kumar Samanta,

Leave a Reply

Your email address will not be published. Required fields are marked *