ଗୋପ ଥାନାରୁ ବିଜେଡି କର୍ମୀମାନେ ବଳପୂର୍ବ ନେବା ସହିତ ଗଣମାଧ୍ୟମ ପ୍ରତିନିଧି ଙ୍କୁ ମାଡ଼

ଗୋପ :- ପୁରୀ ଜିଲ୍ଲା ଗୋପ ଥାନା ଅଞ୍ଚଳରେ ଗତ ଶୁକ୍ରବାର ଦିନ ଏକ ଅଭାବନୀୟ ଘଟଣା ଘଟି ଯାଇଛି l ଘଟଣା ଟି ହେଲା ଗୋପ ଥାନା ଅଧିନସ୍ଥ ଅଣ୍ଡରା-ଇଚ୍ଛାପୁର ପଞ୍ଚାୟତ ର ଗବସୀଙ୍ଗା ଗ୍ରାମର ରାଧାଶ୍ୟାମ ଭୋଳ (50) ଙ୍କୁ ଗୋପ ଅଞ୍ଚଳ ଶାସକ ଦଳର 4 ଜଣ ଯୁବ ନେତା ଙ୍କ ଦ୍ଵାରା ଅପହରଣ କରାଯାଇଥିବା କଥା କୁ ତାଙ୍କ ସ୍ତ୍ରୀ ପୁଷ୍ପଲତା ଭୋଳ (45) ଗୋପ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି l ତାଙ୍କ କହିବା କଥା ମୋ ସ୍ଵାମୀ ରାଧାଶ୍ୟାମ ଭୋଳ ଙ୍କୁ କିଛି ବ୍ୟକ୍ତି ବାରମ୍ବାର ଫୋନ କରିବାରୁ ସୁବର୍ଣ୍ଣପୁର ଛକ କୁ ଡାକିଥିଲେ l ଗତ 08/09/2023 ରିଖ ଶୁକ୍ରବାର ଦିବା ଏକ ଘଟିକା ସମୟରେ ସୁବର୍ଣ୍ଣପୁର ଗ୍ରାମର ଜଣେ ବ୍ୟକ୍ତି ରାଧାଶ୍ୟାମ ଙ୍କ ଘରକୁ ଫୋନ କରି ଜଣାଇଲେ କୀ ଯେ :- ତୁମ ସ୍ଵାମୀ ଙ୍କୁ ସୁବର୍ଣ୍ଣପୁର ଛକରେ ଦୁଇଟି ବାଇକରେ ଚାରିଜଣ ଯୁବକ ଆସି ନାନାଦି ଅଶୀଳ ଭାଷାରେ ଗାଳିଗୁଲଜ କରିବା ସହିତ, ଯୋର ଜବରଦସ୍ତ ତାଙ୍କ ବାଇକରେ ଉଠାଇ ଗୋପ ପଟକୁ ଗଲେ l ଏହି ଖବର ଶୁଣିବା ମାତ୍ରେ ତୁରନ୍ତ ରାଧାଶ୍ୟାମ ଙ୍କ ସ୍ତ୍ରୀ ପୁଷ୍ପଲତା ତାଙ୍କ ଗ୍ରାମର କିଛି ବ୍ୟକ୍ତିଙ୍କୁ ନେଇ ଘଟସ୍ଥଳେ ରେ ପହଁଞ୍ଚିଲା ପରେ ଦେଖିଲେ ରାଧାଶ୍ୟାମ ଙ୍କ ବାଇକ ଓ ଚପଲ ସୁବର୍ଣ୍ଣପୁର ଛକରେ ପଡିଛି l ଯେଉଁ ନମ୍ବର ରୁ ତାଙ୍କ ପାଖକୁ ଫୋନ ଆସିଥିଲେ ତୁରନ୍ତ ସେହିଁ ନମ୍ବର କୁ ଫୋନ କରିଥିଲେ l କିନ୍ତୁ ଉକ୍ତ ଯୁବକ ଜଣକ ଘଟଣା ସମ୍ପର୍କ ରେ ସଂପୂର୍ଣ୍ଣ ବିବରଣୀ ପ୍ରଦାନ କରିଥିଲେ, ଯେ ତୁମ ସ୍ୱାମୀ ରାଧାଶ୍ୟାମ ଙ୍କୁ ଗୋପ ବ୍ଲକ ବରିଷ୍ଠ ବିଜେଡି ନେତା ତଥା ସ୍ଥାନୀୟ ବିଧାୟକଙ୍କ ସଙ୍ଗାତ ମଧୁସୂଦନ ପାଇକେରାୟ ଙ୍କ ପୁତ୍ର ଓ ତାଙ୍କର ସହଯୋଗୀମାନେ ଉଠାଇ ନେଇଛନ୍ତି l ତା ପରେ ପୁଷଳତା ଏ ସମ୍ପରେ ଗୋପ ଥାନାରେ ଏକ ଲିଖିତ ଅଭିଯୋଗ କରିବାକୁ ଆସି ରାତି 10:45 ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ l କାହିଁକି ନାଁ ଅଭିଯୋଗ କୁ ଗୋପ ଥାନାର ଅଧିକାରୀ ଗ୍ରହଣ କରିବାରେ ବିଳମ୍ବ କରିଥିଲେ l ଗୋପ ଥାନା ରେ ଥିବା ଅଧିକାରୀ ଅଭିଯୁକ୍ତ ଙ୍କୁ ଧରିବା ବଦଳରେ ଆବେଦନାକାରୀ ପକ୍ଷରେ ଯେଉଁମାନଙ୍କୁ ସାକ୍ଷୀ ଭାବେ ଦର୍ଶାଇଥିଲେ ଥାନାବାବୁ ତାଙ୍କ ଘର ପୋଲିସ ଗଡି ନେଇ ଦମକ ଚମକ ଦେଇ ପେରିଥିଲେ l ଏହା ଦ୍ଵାରା ସାକ୍ଷୀ ପଡ଼ିଥିବା ବ୍ୟକ୍ତି ଓ ତାଙ୍କ ଘର ଲୋକ ଭୟଭୀତ ଅବସ୍ଥାରେ ଥିବାର ଅଭିଯୋଗ ହେଊଛି l ଶେଷ ମୁହୂର୍ତ୍ତ ରେ ଅଭିଯୋଗ କୁ ଗ୍ରହଣ କରି ପୁଷ୍ପଲତା ଙ୍କୁ ଘର କୁ ବିଧା କରିଥିଲେ l ଯେହେତୁ ଅଭିଯୁକ୍ତ ମାନେ ସବୁ ସ୍ଥାନୀୟ ବିଧାୟକ ଙ୍କ ପାଖ ଲୋକ ଏଣୁ ଗୋପ ପୋଲିସ କାର୍ଯ୍ୟାନୁଷ୍ଠାନ ରେ ବିଳମ୍ବ ହୋଇଥିଲା l ଶନିବାର ସକାଳୁ ଅଭିଯୁକ୍ତ ମାନଙ୍କୁ ଥାନା କୁ ଆଣି ଅଟକ ରଖି ଉପ ଆରକ୍ଷୀ ଅଧିକାରୀ ଙ୍କ ଦ୍ଵାରା ପଚରାଉଚରା କରୁଛନ୍ତି l ରାଧାଶ୍ୟାମ ଙ୍କୁ ନ ପାଇଁ ତାଙ୍କ ସ୍ତ୍ରୀ ପୁଷ୍ପଲତା ଚେତା ଶୂନ୍ୟ ହେଉଛନ୍ତି ଆଉ ମୋ ସ୍ଵାମୀ ଙ୍କୁ ମତେ ଫେରାଇ ଦିଅ ବୋଲି କାହିଁ ପାଗିଳି ସଦୃଶ ପରି ହେଉଛନ୍ତି l ପୁଷ୍ପଲତା ଙ୍କ ଅଭିଯୋଗ କୁ ଭିତ୍ତିକରି ଗୋପ ଥାନାରେ ଏକ କେସ ନମ୍ବର ହେଲା – 263/2023 ଆଇପିସି 1860- 294, ଆଇପିସି 1860- 34, ଆଇପିସି 1860- 365 ଦଫା ଅଭିଯୁକ୍ତ ଙ୍କ ବିରୁଦ୍ଧରେ ଲାଗିଛି l ଅଟକ ଥିବା ଅଭିଯୁକ୍ତ ମାନେ ହେଲେ :- ମନ୍ଦୀପ ପାଇକେରାୟ (ମନ୍ଦୀପ )ଗୋପ ବ୍ଲକ ବିଜୁ ଜନତା ଦଳର ବ୍ଲକ ପର୍ଯ୍ୟବ୍ୟକ୍ଷକ, ଦେବାଶିଷ ସାହୁ (ସୋନୁ )ଯିବୁ ଜନତା ଦଳର ଗୋପ ବ୍ଲକ ଛାତ୍ର ନେତା, ସୁମନ୍ତ ବାରିକ ଗୋପ ପଞ୍ଚାୟତ ଯୁବ ନେତା, ଚନ୍ଦନ କୁମାର ପ୍ରଧାନ ଙ୍କୁ ଗୋପ ଅଟକ ରଖ ଆଡିସିନାଲ ଏସପି ଙ୍କ ଦ୍ଵାରା ଅଟକ ରଖି ପଚରାଉଚରା କରାଯାଉଛି l ଶେଷ ରେ ଗୋପ ଥାନାରୁ ଅପହରକାରୀଙ୍କୁ ଶାସନ ଦଳର କର୍ମୀ ମାନେ ବଳପୂର୍ବକ ନେବା ସହିତ ଗଣମାଧ୍ୟମ ପ୍ରତିନିଧିଙ୍କୁ ମାଡ଼ ମାରି ଅସଭ୍ୟ ଭାଷାରେ ଗଳି ଗୁଲଜ କରି ମୋବାଇଲ ଛଡାଇ ନେଗଲେ l ତାହା ପୁଣି ଥାନା ପ୍ରାଙ୍ଗଣରୁ ସମସ୍ତ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ଉପସ୍ଥିତ ରେ l ଏହି ଘଟଣା କୁ ନେଇ ଗୋପ ରେ ଚାପ ସୃଷ୍ଟି ହେଊଛି ଶୁଣିବାକୁ ମିଳୁଛି ଉକ୍ତ ଘଟଣା କୁ ପୁରୀ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅନୁଧ୍ୟାନ କରୁଛନ୍ତି l