ଜଗତସିଂହପୁର ପୋଲିସ ଦ୍ୱାରା ୨୨ ଗ୍ରାମ ବ୍ରାଉନସୁଗାର ଜବତ

ଜଗତସିଂହପୁର ପୋଲିସ ର ଏକ ସ୍ଵତନ୍ତ୍ର ଟିମ ମୁଦୁପୁର ପଂଚାୟତ ର ସିଦ୍ଧଳ ଗ୍ରାମରେ ଚଢ଼ାଉ କରି ୨୨ଗ୍ରାମ ଉଜନ ର ବ୍ରାଉନ ସୁଗର ଜବତ କରିବା ସହିତ ଦୁଇ ବ୍ରାଉନ ସୁଗର ବ୍ୟବସାୟୀ ଙ୍କୁ ମଧ୍ୟ ପୋଲିସ ଗିରଫ କରିଛି । ଏହା ସହିତ ସେମାନଙ୍କ ଠାରୁ ଗୋଟିଏ ମୋଟରସାଇକଲ ଓ ଗୋଟିଏ ମୋବାଇଲ ପୋଲିସ ଜବତ କରିଛି । ଜଗତସିଂହପୁର ପୋଲିସ ଏକ ବିଶେଷ ସୂତ୍ରରୁ ଖବର ପାଇଁ ଅଚାନକ ଚଢ଼ାଉ କରି ଏହି ସଫଳତା ହାସଲ କରିଥିବା ବେଳେ ସିଦ୍ଧଳ ଗ୍ରାମର ଚକ୍ରଧର ପରିଡାଙ୍କ ପୁଅ ଶଶୀଶେଖର ପରିଡା ଓ ବାଲିକୁଦା ଥାନା କୋଳଥପାଟଣା ଗ୍ରାମର ହେମନ୍ତ କୁମାର ଖୁଣ୍ଟିଆ ଙ୍କ ପୁଅ ସୁମାନ ଶେଖର ଖୁଣ୍ଟିଆ ଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଜବତ ବ୍ରାଉନ ସୁଗର ର ମୂଲ୍ୟ ୨୨ଲକ୍ଷ ଟଙ୍କା ରୁ ଉର୍ଦ୍ଧ୍ବ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ଜଗତସିଂହପୁର ରୁ ରୀତା ସାହୁ

Leave a Reply

Your email address will not be published. Required fields are marked *