ମେଡିକାଲ ପକ୍ଷରୁ ଜନସଂଖ୍ୟା ନିୟନ୍ତ୍ରଣ ପକ୍ଷ ପାଳନ

ଭଣ୍ଡାରିପୋଖରୀ,୧୩ା୭: ଭଣ୍ଡାରିପୋଖରୀ ମେଡିକାଲ ପକ୍ଷରୁ ଚଳିତ ବର୍ଷ ଜନସଂଖ୍ୟା ନିୟନ୍ତ୍ରଣ ପକ୍ଷ ପାଳନ ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି । ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ପ୍ରତ୍ୟେକ ଦିନ ଗର୍ଭନିରୋଧକ ବଟିକା, କଣ୍ଡୋମ ଓ କପର୍ଟି ଆଦି ବିତରଣ ମେଡିକାଲ ପକ୍ଷରୁ କରାଯିବ । ପୁରୁଷ ଓ ମହିଳା ସ୍ୱାସ୍ଥ୍ୟକର୍ମୀମାନେ ଘରକୁ ଘର ବୁଲି ଏହି ସବୁ ଗର୍ଭନିରୋଧକ ଔଷଧ ଓ ଉପକରଣ ଆବଶ୍ରକ କରୁଥିବା ଦମ୍ପତ୍ତିଙ୍କୁ ଯୋଗାଇଦେବେ । ଆଗାମୀ ୨୪ ତାରିଖରେ ମେଡିକାଲ ପରିସରରେ ମହିଳା ବନ୍ଧ୍ୟାକରଣ କ୍ୟାମ୍ପ ଅନୁଷ୍ଠିତ ହେବ । ଡାକ୍ତର ଅମରେନ୍ଦ୍ର ଜେନାଙ୍କ ଏହି କ୍ୟାମ୍ପରେ ବନ୍ଧ୍ୟାକରଣ କରିବେ । ଏହି ଜାତୀୟ ଆବଶ୍ୟକତା ରୂପକ କାର୍ଯ୍ୟକ୍ରମର ସଫଳତା ପାଇଁ ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରଚାର ଯାନ ପରିକ୍ରମାକୁ ମେଡିକାଲ ଅଧିକ୍ଷକ ତଥା ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ ଡାକ୍ତର କମଳାକାନ୍ତ ସ୍ୱାଇଁ ଉଦଘାଟନ କରିଥିଲେ । ସମଗ୍ର ବ୍ଲକ ଅଞ୍ଚଳରେ ଆଗାମୀ ୧୯ ତାରିଖ ପର୍ଯ୍ୟନ୍ତ ଏହି ପ୍ରଚାର ଯାନ ପରିକ୍ରମା କରିବ ବୋଲି ସୂଚନା ଦିଆଯାଇଛି । ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରିଣୀ ଅନୁତାରାଣୀ ରାଉତଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଡାକ୍ତର ସୁଧାଂଶୁ ଶେଖର ବେହେରା, ଡାକ୍ତର ଆଦିତ୍ୟ କୁମାର ସାହୁ, କାର୍ଯ୍ୟକ୍ରମ ପରିଚାଳିକା ରଶ୍ମିରେଖା ପୃଷ୍ଟି, ବିତ୍ତ ପରିଚାଳକ ରଞ୍ଜିତ କୁମାର ବରାଳ, ଡାଟା ମ୍ୟାନେଜର ଶୁଭ୍ରା ଗାଙ୍ଗୁଲି, ମ୍ୟାଲେରିଆ ସୁପରଭାଇଜର ଶୁଭଶ୍ରୀ ସଙ୍ଗୀତା ଦେବତା, ସ୍ୱାସ୍ଥ୍ୟ ପରିଦର୍ଶିକା ମିନତୀଲତା ଦାସ, ସ୍ନେହଲତା ଦତ୍ତ, ନିରଞ୍ଜନ ସାହୁ, ସହାୟକ ପ୍ରଦୀପ୍ତ କୁମାର ପଣ୍ଡା, ସ୍ମୃତିରଞ୍ଜନ ପାଢୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *