ପୋଶ ଆଇନ ଆଭ୍ୟନ୍ତରୀଣ ସମିତି ସଦସ୍ୟମାନଙ୍କ ଆଭାଷୀ ପ୍ରଶିକ୍ଷଣ

ପୋଶ ଆଇନ ଆଭ୍ୟନ୍ତରୀଣ ସମିତି ସଦସ୍ୟମାନଙ୍କ ଆଭାଷୀ ପ୍ରଶିକ୍ଷଣ
ଭାଗନେଲେ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗୀୟ ଓ କ୍ଷେତ୍ର ଅଧିକାରୀବୃନ୍ଦ
ଭୁବନେଶ୍ୱର, ତା୨୯/୦୭/୨୦୨୫ରିଖ
ମହିଳା ଓ ଶିଶୁ ବିକାଶ ବିଭାଗ ଓ ମିଳିତ ଜାତିସଂଘ ଜନସଂଖ୍ୟା ପାଣ୍ଠିର ସହଭାଗିତାରେ ଆଜି କର୍ମକ୍ଷେତ୍ରରେ ମହିଳାମାନଙ୍କ ପ୍ରତି ଯୌନ ଉତ୍ପୀଡନ (ନିବାରଣ, ନିଷେଧ ଓ ପ୍ରତିକାର) ଆଇନ, ୨୦୧୩ ସମ୍ବନ୍ଧରେ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ଓ କ୍ଷେତ୍ରର ଆଭ୍ୟନ୍ତରୀଣ ସମିତି(ଇଣ୍ଟରନାଲ କମିଟି) ସଦସ୍ୟମାନଙ୍କ ପାଇଁ ଏକ ଆଭାଷୀ ପ୍ରଶିକ୍ଷଣ ବୈଠକ ଅନୁଷ୍ଠିତ ହୋଇଯାଇଛି ।
ମହିଳା ଓ ଶିଶୁ ବିକାଶ ବିଭାଗର ସମ୍ମିଳନୀ କକ୍ଷରେ ଏହି ପ୍ରଶିକ୍ଷଣ ବୈଠକ ଆୟୋଜିତ ହୋଇଥିଲା । ଏଥିରେ ରାଜ୍ୟର ସମସ୍ତ ବିଭାଗ ଓ କ୍ଷେତ୍ର ଅଧିକାରୀ ଭାଗ ନେଇଥିଲେ । ଏହି କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା, ବିଭାଗୀୟ ନିର୍ଦ୍ଦେଶିକା ମୋନିଷା ବାନାର୍ଜୀ ଓ ବିଭାଗୀୟ ବରିଷ୍ଠ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ ।
ମିଳିତ ଜାତିସଂଘ ଜନସଂଖ୍ୟା ପାଣ୍ଠିର ପ୍ରକଳ୍ପ ପରିଚାଳନା ବିଶେଷଜ୍ଞ ମିସ ଅନୁଜା ଗୁଲାଟି ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ପୋଶ ଆଇନର ଆଇନଗତ ଢାଞ୍ଚା ସହ ଆଭ୍ୟନ୍ତରୀଣ ସମିତି(ଆଇସି) ସଦସ୍ୟମାନଙ୍କ ଭୂମିକା ଓ କର୍ତ୍ତବ୍ୟ ବିଷୟରେ ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରିଥିଲେ । ଆଇସି ସଦସ୍ୟମାନଙ୍କ ସନ୍ଦେହ ଦୂର କରିବା ସହ ସେମାନଙ୍କ ପ୍ରଶ୍ନଗୁଡିକର ଯଥୋଚିତ ଉତ୍ତର ଦେଇ ସୁରକ୍ଷିତ କର୍ମକ୍ଷେତ୍ର ସୁନିଶ୍ଚିତ କରିବା ନିମନ୍ତେ ଯୌନ ଉତ୍ପୀଡନ ଆହ୍ୱାନଗୁଡିକୁ ଧୈର୍ଯ୍ୟର ସହିତ ସମାଧନ କରିବା ପାଇଁ ସେ ଆଇସି ସଦସ୍ୟମାନଙ୍କୁ ସଚେତନ କରେଇଥିଲେ ।
ତନୁଜା ମହାନ୍ତି
ଲୋକସମ୍ପର୍କ ଅଧିକାରୀ