ଟୁଇଟର ନୀତି ଉଲ୍ଲଂଘନକାରୀ ପୋଷ୍ଟ ଉପରେ ଲାଗିବ କଟକଣା

ଓ୍ବାଶିଂଟନ୍‌, ୧୯।୪: ମାଇକ୍ରୋ ବ୍ଲଗିଂ ଆପ୍‌ ଟୁଇଟର ମଙ୍ଗଳବାର ନିଜ ପଲିସି ଅପ୍‌ଡେଟ୍‌ କରିଛି। ଏଣିକି ଟୁଇଟର ନୀତି ଉଲ୍ଲଂଘନ କରୁଥିବା ଟୁଇଟ୍‌ର ଭିଜିବିଲିଟି ଉପରେ କଟକଣା ଲାଗିବ। ନୀତି ଉଲଂଘନ କରୁଥିବା ଟୁଇଟ୍‌ ଉପରେ କମ୍ପାନୀ ପ୍ରଥମେ ଭିଜିବିଲିଟି ଫିଲ୍ଟର ବ୍ୟବହାର କରିବ। ନିଜସ୍ବ ମତ ରଖିବା ପାଇଁ ୟୁଜର୍ସମାନଙ୍କୁ ଟୁଇଟର୍‌ ପକ୍ଷରୁ ସମ୍ପୂର୍ଣ୍ଣ ସ୍ବାଧୀନତା ଦିଆଯାଇଛି। କିନ୍ତୁ କୌଣସି ଟୁଇଟ୍‌ ଯଦି କମ୍ପାନୀର ନୀତି ଉଲ୍ଲଂଘନ କରେ, ତେବେ ତାହା ଗ୍ରହଣୀୟ ନୁହେଁ ବୋଲି ଟୁଇଟର୍‌ କହିଛି। ଏ ନେଇ କିଛି ସାମ୍ପୁଲ ମଧ୍ୟ ଟୁଇଟର ଶେୟାର କରାଯାଇଥିବାବେଳେ ୟୁଜର୍ସଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏ ପ୍ରକାର ନିଷ୍ପତ୍ତି ନିଆଯାଇଥିବା କମ୍ପାନୀ କହିଛି।

Leave a Reply

Your email address will not be published. Required fields are marked *