ବିକାଶ ପୁରୁଷ ପ୍ରଦୀପ ମହାରଥୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଓ ବିଦ୍ୟାଳୟ ବାର୍ଷିକ ଉତ୍ସବ

ଡେଲାଙ୍ଗ, ପବିତ୍ର ୭୭ତମ ସ୍ୱାଧିନତା ଦିବସ ପାଳନ ଅବସରରେ ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ କଲ୍ୟାଣପୁର ପ୍ରଦୀପ ମହାରଥୀ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ,ନୂତନ ଗୃହ ଉଦ୍ ଘାଟନ ଓ ପ୍ରତିଷ୍ଠାତାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କାର୍ଯ୍ୟକ୍ରମ ମଙ୍ଗଳବାର ଦିନ ବିଦ୍ୟାଳୟ ପରିସରରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସ୍ଥାନୀୟ ବିଧାୟକ ରୁଦ୍ରପ୍ରତାପ ମହାରଥୀ ମୁଖ୍ୟ ଅତିଥି ଏବଂ ପିପିଲି କଲେଜର ଅବସରପ୍ରାପ୍ତ ମନସ୍ତତ୍ତ୍ୱ ବିଭାଗ ଅଧ୍ୟାପିକା ଡ଼ଃ ପ୍ରତିଭା ମହାରଥୀ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଫିତା କାଟି ବିଦ୍ୟାଳୟର ନୂତନ ଗୃହ ଉଦ୍ ଘାଟନ କରିବା ସହ ବିଦ୍ୟାଳୟର ପ୍ରତିଷ୍ଠାତା ଦିବଂଗତ ବିଧାୟକ ତଥା ପ୍ରାକ୍ତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ। ଡେଲାଙ୍ଗ ପିପିଲି ଅଞ୍ଚଳର ବିକାଶ ପାଇଁ ସ୍ୱର୍ଗତଃ ପ୍ରଦୀପ ମହାରଥୀଙ୍କ ଅବଦାନ ଅବିସ୍ମରଣୀୟ ହୋଇ ରହିଥିବାବେଳେ ଉଚ୍ଚକୋଟିର ଜନସେବା ପାଇଁ ପ୍ରଦୀପ ମହାରଥୀ ସବୁଦିନେ ଲୋକଙ୍କ ପାଖରେ ମନେ ରହିବେ ବୋଲି ଉପସ୍ଥିତ ବକ୍ତାମାନେ ମତବ୍ୟକ୍ତ କରିଥିଲେ।ପିପିଲିର କୌଶଲ୍ୟାପୁରଠାରୁ ଡେଲାଙ୍ଗର କଲ୍ୟାଣପୁର ପର୍ଯ୍ୟନ୍ତ ଅଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କ ମଙ୍ଗଳ ପାଇଁ ପ୍ରଦୀପ ମହାରଥୀ ମୃତ୍ୟୁ ପର୍ଯ୍ୟନ୍ତ ଅହରହ ପ୍ରଚେଷ୍ଟା ଜାରି ରଖିଥିବାବେଳେ ସମଗ୍ର ଅଞ୍ଚଳରେ ତାଙ୍କର ଜନସେବା କାର୍ଯ୍ୟ ପରିବ୍ୟାପ୍ତ ଥିଲା ବୋଲି ମୁଖ୍ୟ ବକ୍ତା ଡ଼ଃ ପ୍ରତିଭା ମହାରଥୀ କହିଥିଲେ।ଶିକ୍ଷକ ଭାଗିରଥି ସାହୁ ଓ ପୂରାତନ ଛାତ୍ରୀ ସ୍ୱାଗତିକା ସୁନ୍ଦରାୟ କାର୍ଯ୍ୟକ୍ରମ ସଂଯୋଜନା ଦାୟିତ୍ଵ ତୁଲାଇଥିଲେ। ୧୬ନଂ ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ପ୍ରସନ୍ନ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ସମ୍ମାନୀତ ଅତିଥି ଭାବେ ଡେଲାଙ୍ଗ ବ୍ଲକ୍ ଅଧ୍ୟକ୍ଷା ବାସନ୍ତୀ ସାହୁ, ଉପାଧ୍ୟକ୍ଷ ଦୁର୍ବାସା ନିଶଙ୍କ,ବିଡ଼ିଓ ଲାବନ୍ୟେନ୍ଦୁ ମହାନ୍ତି, ଏବିଡ଼ିଓ ପ୍ରଦୀପ୍ତ କୁମାର ନାୟକ,ସମବାୟ ନିର୍ଦ୍ଦେଶକ ବୈରାଗୀ ଜେନା,ସରପଞ୍ଚ ଗୋବର୍ଦ୍ଧନ ସେଠୀ,ସମିତି ସଭ୍ୟ ସୁଶାନ୍ତ ଦାସ,ଜିଲ୍ଲା ବିଜେଡି ସମ୍ପାଦକ ବିଜୟ କୁମାର ରାଉତରାୟ,ବ୍ଳକ୍ ଶିକ୍ଷାଧିକାରୀ ବିନୋଦ କୁମାର ପରମାଣିକ,ପୂର୍ବତନ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବସନ୍ତ କୁମାର ପ୍ରଧାନ,ବିଧାୟକଙ୍କ ପ୍ରତିନିଧି ମଳୟ ମହାନ୍ତି,ପ୍ରାକ୍ତନ ସରପଞ୍ଚ ପ୍ରସନ୍ନ କୁମାର ମହାରଥୀ,କନିଷ୍ଠ ଯନ୍ତ୍ରୀ ଅମୀୟ କୁମାର ପଣ୍ଡା,ସାଂସଦ ପ୍ରତିନିଧି ନୃସିଂହ ଚରଣ ଜେନା,ଛାତ୍ର ବିଜେଡ଼ି ନେତା ସୁଦୀପ୍ତ କୁମାର ନାୟକ,ପ୍ରମୋଦ କୁମାର ମଙ୍ଗରାଜ,ନବଘନ ପ୍ରଧାନ,ବିପିନି ବିହାରୀ ନରେନ୍ଦ୍ର,ନିରଞ୍ଜନ ମହାନ୍ତି,ଦୁର୍ଯ୍ୟୋଧନ ସାହୁ,ସଞ୍ଜୟ ଜେନା,ବସନ୍ତ ବେହେରା,ଶିକ୍ଷାବିତ୍ ଚକ୍ରଧର ପ୍ରଧାନ,ଅଭିନ୍ନାନନ୍ଦ ପ୍ରଧାନ ଓ ସୁରେଶ ଚନ୍ଦ୍ର ଦାଶ ପ୍ରମୁଖ ଯୋଗଦେଇ ସ୍ୱର୍ଗତଃ ପ୍ରଦୀପ ମହାରଥୀଙ୍କ ଗୁଣଗାନ କରିବା ସହ ପିଲାମାନଙ୍କୁ ଉତ୍ସାହିତ କରିଥିଲେ।ତେବେ ସମସ୍ତଙ୍କ ସହଯୋଗ ମିଳିଲେ ନିର୍ବାଚନ ମଣ୍ଡଳୀର ବିକାଶ ସମ୍ଭବ ହୋଇପାରିବ ବୋଲି ବିଧାୟକ ରୁଦ୍ରପ୍ରତାପ ମହାରଥୀ ମତବ୍ୟକ୍ତ କରିଥିଲେ।ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଗୀତାଞ୍ଜଳି ସାମନ୍ତରାୟ ବାର୍ଷିକ ବିବରଣୀ ପଠନ କରିଥିଲେ। ଅଧ୍ୟୟନରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରୀ ପ୍ରଜ୍ଞା ପାରମିତା ପାଟ୍ଟଯୋଷିଙ୍କ ସମେତ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା।ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ପରିବେଷିତ ସାଂସ୍କୃତିକ କାର୍ଯ୍ୟକ୍ରମ ଉପସ୍ଥିତ ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା।ଉତ୍ସବ ପରିଚାଳନା କାର୍ଯ୍ୟରେ ସହଯୋଗ ପାଇଁ ପ୍ରଧାନଶିକ୍ଷୟିତ୍ରୀ ଗୀତାଞ୍ଜଳି ସାମନ୍ତରାୟ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।
