ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ମହାଦୁର୍ନୀତିର ଅଭିଯୋଗ

କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ପାଇକେଣ୍ଡୁମୁଣ୍ଡି ପଞ୍ଚାୟତ ନାଗୁପଡା ଗ୍ରାମ ବିଛିନ୍ନ ଗାଁ ଭାବେ ଦୀର୍ଘବର୍ଷ ରହିଆସୁ ଥିବା ବେଳେ ଗାଁକୁ ଆସିଲା ପ୍ରଧାନମନ୍ତ୍ରୀ ସଡକ ଯୋଜନା ଗାଁ ଲୋକଙ୍କ ମନରେ ଖୁସିର ଲହରୀ ଖେଳି ଗଲା।ହେଲେ କାମ ଆରମ୍ଭ ନ ହେଉଣୁ ମନରେ ଆସିଲା ଦୁଃଖ।
ବାଲି ପରିବର୍ତ୍ତେ ମାଟି ବାଲି ଓ କ୍ରସର ଗୁଣ୍ଡ ଦେଇ ପୁଞ୍ଜିପତି।ଠିକାଦାର ବାବୁ କାମ ଆରମ୍ଭ କରୁଛନ୍ତି।ଏହାକୁ ଗାଁ ଲୋକ ନିମ୍ନମାନର କାମ ହେଉଛି ବୋଲି ବାରମ୍ବାର ଠିକାଦାର କୁ ଅଭିଯୋଗ କଲେ ହେଁ କର୍ଣ୍ଣପାତ ନକରି , ଭଲ ମାନ ର ବାଲି ଓ ଭଲ ପରିମାଣ ସହ ସିମେଣ୍ଟ ବ୍ୟବହାର ନ କରି ।ଠିକାଦାର ଗାଁ ଲୋକଙ୍କ କଥାକୁ ଫୁ କରିଦେଇ ଜୋର ଜବରଦସ୍ତ କାମ କରିବାକୁ ପ୍ରୟାସ କରୁଛନ୍ତି। ହେଲେ କାହା ଛତ୍ରଛାୟା ତଳେ ରହି ଠିକାଦାର ବାବୁ ଜଣକ ଯୁଦ୍ଧକାଳୀନ ଭିତ୍ତିରେ ନିମ୍ନମାନର ସାମଗ୍ରୀ ବ୍ୟବହାର କରି କାମ କରିବାକୁ ମନ ବୁଲାଉଛନ୍ତି।ବିଭାଗୀୟ ବାବୁ ମାନଙ୍କ ସହ ଭିତିରିଆ ସମ୍ପର୍କରଖି।ମଧୁଚନ୍ଦ୍ରିକାର ଚିନ୍ତାରେ ନାହାଁନ୍ତି ତ।ତାହା ପୁଣି କାମ ଚାଲି ଦୀର୍ଘଦିନ ହେଲେ ହେଁ ବିଭାଗୀୟ ବାବୁ ମାନଙ୍କ ଦେଖା ନାହିଁ।।ବିଭାଗୀୟ ଅଧିକାରୀ ଓ ଠିକାଦାର ବିକାଶ ପରିବର୍ତ୍ତେ ବିନାଶ ଆଡ଼କୁ ଗତି କରୁଥିବା କୁ ନେଇ ଜିଲ୍ଲା ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବେ ନା ନାହିଁ,ତାହାରି ଅପେକ୍ଷା ରେ ଗ୍ରାମ ବାସୀ।