ମୁଖ୍ୟମନ୍ତ୍ରୀ ଙ୍କ ଘୋଷଣା ଅତିରିକ୍ତ ଦାୟିତ୍ୱ ନେଲେ ପ୍ରମିଳା ମଲ୍ଲିକ

ମୁଖ୍ୟମନ୍ତ୍ରୀ ଙ୍କ ଘୋଷଣା ଅତିରିକ୍ତ ଦାୟିତ୍ୱ ନେଲେ ପ୍ରମିଳା ମଲ୍ଲିକ।ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ବିଭାଗ, ମୁଖ୍ୟମନ୍ତ୍ରୀଙ୍କ ସୁପାରିଶ କ୍ରମେ ଗୁରୁ ଦାୟିତ୍ୱ ମିଳିଲା ଦୁଇଟି ଅତିରିକ୍ତ ପଦ ତାହା ହେଉଛି ସ୍କୁଲ ଓ ଗଣଶିକ୍ଷା ବିଭାଗ ଓ ଶ୍ରମ ବିଭାଗ। ନିଜ ବିଭାଗ ସହ ଆଉ ଦୁଇଟି ଅତିରିକ୍ତ ବିଭାଗ ତୁଲାଇବେ ବିପର୍ଯୟ ଓ ରାଜସ୍ୱ ବିଭାଗ ମନ୍ତ୍ରୀ ପ୍ରମିଳା ମଲ୍ଲିକ। ଗତକାଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଏବଂ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଇସ୍ତଫା ଦେବା ପରେ, ଆଜି ଏହି ଗୁରୁ ଦାୟିତ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ଦିଆଯାଇଛି। ଏହି ଦୁଇଟି ଅତିରିକ୍ତ ବିଭାଗ ତୁଲାଇବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଦିଲ୍ଲୀରୁ ଫେରିବା ପରେ ଯେହେତୁ ରାଜ୍ୟପାଳ ମହାମହିମ ଗଣେଶ ଲାଲ୍ ହରିଆନା ଗସ୍ତରେ ଥିବାରୁ ମନ୍ତ୍ରୀ ମଣ୍ଡଳ ଅଦଳବଦଳ ରେ କିଛି ମାତ୍ରାରେ ବିଳମ୍ବ ହୋଇଛି ।

Leave a Reply

Your email address will not be published. Required fields are marked *