ସଂସ୍କାର ଶିକ୍ଷା ଅନୁଷ୍ଠାନ ପକ୍ଷରୁ ନିଆରା ପ୍ରଥମାଷ୍ଟମୀ ପାଳିତ

ନିମାପଡା ବୋଧେଇ ଛକ ନିକଟରେ ଥିବା ରତ୍ନାକର ଦୃଷ୍ଟିହିଁନ ବିଦ୍ୟାଳୟ ଠାରେ ସଂସ୍କାର ଅନୁଷ୍ଠାନ ପକ୍ଷରୁ ନିଆରା ଢଙ୍ଗରେ ପ୍ରାଥମା ଅଷ୍ଟମୀ ପାଳିତ ହୋଇଯାଇଛି । ଏହି ପର୍ବରେ ମାମୁଁ ଘର ପକ୍ଷରୁ ଘରର ବଡ଼ ଭଣଜା ଭାଣିଜୀଙ୍କୁ ପଢୁଆଁ କରିବାର ପରମ୍ପରା ରହି ଆସିଛି। ତେବେ ଯେଉଁ ମାନେ ଅନାଥ ସେମାନଙ୍କର କେହି ନାହାନ୍ତି ତାଙ୍କୁ ପଢୁଆଁ କରିବା ପାଇଁ କେହି ନ ଥାନ୍ତି ସେଥିପାଇଁ ସେମାନଙ୍କର ମନରେ ଦୁଃଖ ରହି ଯାଇଥାଏ। ସେହିଭଳି କିଛି ନିରାଶ୍ରୟ ଅନ୍ଧ ମୁକ ବଧିର ପିଲାମାନେ ଅଛନ୍ତି ନିମାପଡା ରତ୍ନାକର ବ୍ଲାଇଣ୍ଡ ସ୍କୁଲରେ। ଯେଉଁ ମାନେ କି ନିରାଶ୍ରୟ, ସେହି ପିଲା ମାନଙ୍କ ମାମୁଁ ସାଜି ନିମାପଡାର ସଂସ୍କାର ଶିକ୍ଷାନୁଷ୍ଠାନ ଏଠାରେ ପ୍ରଥମା ଅଷ୍ଟମୀ ପାଳନ କରିଛନ୍ତି । ସ୍କୁଲର ସମସ୍ଥ ପିଲା ମାନଙ୍କ ପାଇଁ ନୂତନ ପୋଷାକ ସହ ଏଣ୍ଡୁରି ପିଠା ଖୁଆଇ ସମସ୍ତଙ୍କୁ ପଢୁଆଁ କରା ଯାଇଛି । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ପ୍ରତିଷ୍ଠାତା ଗୌରୀଶଙ୍କର ମହାପାତ୍ର ଏବଂ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ। ଶିକ୍ଷାନୁଷ୍ଠାନ ଏପରି କାର୍ଯ୍ୟ ବେଶ ପ୍ରଶଂସନିୟ ହୋଇଛି।

Leave a Reply

Your email address will not be published. Required fields are marked *