ମୋ ମାଟି ମୋ ଦେଶ :ପ୍ରତିଭା ଅନ୍ୱେଷଣ 2023

ଡେଲାଙ୍ଗ: ୭୭ତମ ସ୍ବାଧୀନତା ଦିବସକୁ ଲକ୍ଷ ରଖି ଛାତ୍ରଛାତ୍ରୀଙ୍କମଧ୍ୟରେ ଦେଶପ୍ରେମ ଭାବନାକୁ ଉଦ୍ଜୀବିତ କରିବା ପାଇଁ ଜଳନ୍ଧର ସ୍ମୃତି ସାହିତ୍ୟ ପ୍ରତିଷ୍ଠାନ ଘୋରଡ଼ିଆ ପକ୍ଷରୁ ପ୍ରତିଭା ଅନ୍ବେଷଣ -2023 କାର୍ଯ୍ୟକ୍ରମ ରାଧାମୋହନ ଦେବ ଉଚ୍ଚ ବିଦ୍ୟାପୀଠ, ଘୋରଡ଼ିଆ ଠାରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି! ଏଥିରେ କୁଇଜ, ଦେଶାତ୍ମକ ସଂଗୀତ, ନୃତ୍ୟ ସହିତ ମୋ ମାଟି ମୋ ଦେଶ ଉପରେ ଏକ ବକ୍ତୃତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠାନର ସଭାପତି ଦିଲ୍ଲୀପ କୁମାର ଧାଉଡ଼ିଆ ସ୍ୱାଗତ ଭାଷଣ ଦେବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ ! ସମ୍ପାଦକ ଦୁର୍ଗା ପ୍ରସାଦ ସାହୁ କାର୍ଯ୍ୟକ୍ରମଟିକୁ ସୁଚାରୁରୂପେ ପରିଚାଳନା କରିଥିଲେ ! ଶିକ୍ଷୟତ୍ରୀ ଲକ୍ଷ୍ମୀପ୍ରିୟା ପ୍ରଧାନ ମଞ୍ଚ ସଂଯୋଜନା କରିଥିଲେ ! ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତି ସଞ୍ଜୟ କୁମାର ଦାସ, ସମ୍ମାନିତ ଅତିଥି ରୂପେ ବରିଷ୍ଠ ଶିକ୍ଷକ ଲଡ଼ୁକିଶୋର ସାମନ୍ତସିଂହାର, କୁଶବନ୍ତ କଁଅର, ଦିଗବିଜୟୀ ଭାଷ୍କଡାଗାମା, ବିଷ୍ଣୁପ୍ରିୟା ସାହୁ, ସ୍ତୁତିସନ୍ଧ୍ୟା ମହାରଣା, ଲିପିକା ଭୋଇ ପ୍ରମୁଖ ଯୋଗଦେଇଥିଲେ !ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ପ୍ରଦୀପ କୁମାର ନାୟକ,ହିମାଂଶୁ ମହାପାତ୍ର, ଶୁଭଲକ୍ଷ୍ମୀ ସେନାପତି, ବିଭୁତି ଭୂଷଣ ହରିଚନ୍ଦନ,ଗୋପବନ୍ଧୁ ଶାସମଲ,ଶିକ୍ଷାକର୍ମଚାରୀ ପବିତ୍ର ମୋହନ ସାହୁ ପ୍ରମୁଖ ସହଯୋଗ କରିଥିଲେ ! ଅତିଥିମାନେ ଦେଶମାତୃକାର ସେବାରେ ବ୍ରତୀ ହେବା ପାଇଁ ଏବଂ ମନ ମଧ୍ୟରେ ଦେଶପ୍ରେମ ଭାବନାକୁ ଜାଗ୍ରତ କରିବା ପାଇଁ ଉଦବୋଧନ ଦେଇଥିଲେ। ମୋ ମାଟି ମୋ ଦେଶ ବକ୍ତୃତା ପ୍ରତିଯୋଗିତା ରେ ଛାତ୍ର ଛାତ୍ରୀ ମାନେ ମହାତ୍ମା ଗାନ୍ଧୀ, ସୁବାଷ ଚ଼ନ୍ଦ୍ର ବୋଷ, ଶହୀଦ୍ ଭଗତ ସିଂହ ଇତ୍ୟାଦି ମହାନ୍ ନାୟକମାନଙ୍କ ବଳୀଦାନର ମହନିୟତାର ସ୍ମୃତିଚାରଣ କରିଥିଲେ। ଏଥିସହିତ ଓଡ଼ିଶା ମାଟିର ଗୌରବ ମଧୂସୁଦନ ଦାଶ, ଗୋପବନ୍ଧୁ ଦାଶ, ଗୋପବନ୍ଧୁ ଚୌଧୂରୀ, ସଂଗ୍ରାମୀ ବାଜୀରାଉତ, ଶହୀଦ୍ ଲକ୍ଷ୍ମଣ ନାୟକଙ୍କ ଅବଦାନକୁ ମନେ ପକାଇଥିଲେ ! କୁଇଜ, ଦେଶାତ୍ମକ ଗୀତ, ନୃତ୍ୟ କ୍ଷେତ୍ରରେ 85ଜଣ ବିଦ୍ୟାର୍ଥୀ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ ଗ୍ରହଣ କରିଥିଲେ ! ଏଥିରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ଜଳନ୍ଧର ସ୍ମୁତି ସାହିତ୍ୟ ପ୍ରତିଷ୍ଠାନ ତରଫରୁ ପ୍ରଂଶସା ପତ୍ର, ଉପଢୌକନ, ପୁଷ୍ପଗୁଛ ଅତିଥିମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା !ଏଥିରେ ବିଦ୍ୟାପୀଠ ର ପ୍ରାୟ ଶତାଧିକ ଛାତ୍ରଛାତ୍ରୀ, ଅଭିଭାବକ ଯୋଗ ଦେଇଥିଲେ। ଶେଷରେ ଶିକ୍ଷକ ଲଡ଼ୁ କିଶୋର ସାମନ୍ତସିଂହାର କାର୍ଯ୍ୟକ୍ରମ ର ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ !

Leave a Reply

Your email address will not be published. Required fields are marked *