କୁର୍ମୀ କ୍ଷତ୍ରିୟ ସମାଜ ପକ୍ଷରୁ ପ୍ରତିଭା ସମ୍ମାନ ଉତ୍ସବ ଅନୁଷ୍ଠିତ

ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଛାମୁଣ୍ଡା ଠାରେ ନିଖିଳ ଉତ୍କଳ କୂର୍ମି କ୍ଷତ୍ରିୟ ସଂସ୍ଥା, ଛାମୁଣ୍ଡା ଅଞ୍ଚଳ ତରଫରୁ ପୂର୍ଣ୍ଣାଙ୍ଗ ବୈଠକ ଏବଂ ପ୍ରତିଭା ସମ୍ମାନ ଉତ୍ସବ ସଭାପତି ଶ୍ରୀଯୁକ୍ତ ଉପେନ୍ଦ୍ର ଭଞ୍ଜ ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ କୁଳର ଜାତୀୟ ପତାକାକୁ ସଭାପତି ଉତ୍ତୋଳନ କରିଥିଲେ ଓ ଯୁବ ସଭାପତି ଶ୍ରୀଯୁକ୍ତ ରବିନ୍ଦ୍ରନାଥ ପ୍ରଧାନ କୁଳ ସଙ୍ଗୀତ ଗାନ କରିଥିଲେ । ଏହି କାର୍ଯ୍ୟକ୍ରମରେ କୁଳାଧିକାରି ଶ୍ରୀଯୁକ୍ତ ଅନ୍ତର୍ଯ୍ୟାମୀ ପ୍ରଧାନ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ସୁମିତ୍ରା ପ୍ରଧାନ ଓ ମୂଖ୍ୟ ବକ୍ତା ଭାବେ ଶ୍ରୀଯୁକ୍ତ ବିରୁପାକ୍ଷ ନାୟକ ଯୋଗ ଦେଇ କୂର୍ମି କ୍ଷତ୍ରିୟ ସଂସ୍ଥା ସ୍ବାସ୍ଥ୍ୟ, ଶିକ୍ଷା ଓ କୃଷି ଉନ୍ନତି ଉପରେ କାର୍ଯ୍ୟ କରୁଥିବାରୁ ଅଞ୍ଚଳ ସଦସ୍ୟ ମାନଙ୍କୁ ପ୍ରସଂଶା କରିଥିଲେ । ଏହି କାର୍ଯ୍ୟକ୍ରମରେ ବାର୍ଷିକ ବିବରଣୀ ପଠନ କରିଥିଲେ ଅଞ୍ଚଳ ସମ୍ପାଦକ ଶ୍ରୀ ବଂଶୀଧର ନାୟକ । ଏହି କାର୍ଯ୍ୟକ୍ରମରେ ପ୍ରଦେଶ ସଭ୍ୟ ବିକ୍ରମାଦିତ୍ୟ ଆରୁଖ, ବିପ୍ର ଚରଣ ନାୟକ, ସୂର୍ଯ୍ୟନାରାୟଣ ପ୍ରଧାନ, ପ୍ରଦେଶ ସମ୍ପାଦକ ଶ୍ରୀ ବିନାୟକ ପ୍ରଧାନ, ଗଙ୍ଗାଧର ନାୟକ ସହ ସମ୍ପାଦକ ସୁଶାନ୍ତ କୁମାର ପ୍ରଧାନ, କୋଷାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ପ୍ରଧାନ, ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧକ୍ଷ ନୃସିଂହ ଚରଣ ପ୍ରଧାନ, ବିଜୟ ନାୟକ, ବସନ୍ତ ପ୍ରଧାନ ଓ ୭୧ ଗ୍ରାମର କୂର୍ମୀ କ୍ଷତ୍ରିୟ ଗ୍ରାମ୍ୟ ସଭାପତି ଓ ସମ୍ପାଦକ ମାନେ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ମାନଙ୍କ ଦ୍ଵାରା ଦଶମ ଶ୍ରେଣୀ, ଦ୍ଵାଦଶ ଶ୍ରେଣୀ, ସ୍ନାତକ ଶ୍ରେଣୀର କଳା/ବିଜ୍ଞାନ/ବାଣିଜ୍ୟ ପରୀକ୍ଷାରେ ଅଧିକ ମାର୍କଆଣିଥିବା ପ୍ରାୟ ୩୧ ଜଣ ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ପ୍ରଶଂସା ପତ୍ର, ଟ୍ରଫି ଓ ଶିକ୍ଷା ବୃତ୍ତି ପ୍ରଦାନ କରାଯାଇଥିଲା । ଶେଷରେ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ନିମନ୍ତ୍ରିତ ଅତିଥି ରୂପେ ଗଣ୍ଡାଧର ଗ୍ରାମ ର ପୂର୍ବତନ ସରପଞ୍ଚ ଶ୍ରୀ ସୂର୍ଯ୍ୟନାରାୟଣ ନାୟକ ଏହି କା୍ଯ୍ୟକ୍ରମରେ ଯୋଗ ଦେଇଥିଲେ କୁଳ ସଂଗଠନ ନିମନ୍ତେ ବହୁ ଉପାଦେୟ ପରାମର୍ଶ ଦେଇଥିଲେ। ଛାମୁଣ୍ଡା ଗାଁ ସଭାପତି ପ୍ରସନ୍ନ ପ୍ରଧାନ ଓ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଯୁବ ସ୍ବେଚ୍ଛାସେବୀ ସରୋଜ କୁମାର ନାୟକ ଓ ଅଞ୍ଚଳ ପାଇକ ନାରାୟଣ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *