ବିଦ୍ୟୁତ୍ ଆଘାତରେ ଗର୍ଭବତୀ ଗାଇ ମୃତ

କୋଣାର୍କ,୨୫/୦୬- କୋଣାର୍କ ଭଗବତୀ କଲେଜ ଛକ ନିକଟ ଭଗବତୀ ମନ୍ଦିର ରୋଡରେ ବିଦ୍ୟୁତ ଆଘାତରେ ରବିବାର ମଧ୍ୟାହ୍ନ ସମୟରେ ଏକ ଗର୍ଭବତୀ ଗାଈର ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତ ଗାଇଟି ମାଧିପୁର ଗ୍ରାମର ବ୍ରଜ ବେହେରାଙ୍କ, ଚରିବାକୁ ଆସି ଗାଇଟି ବିଦ୍ୟୁତ୍ ତାର ଆର୍ଥିଂ ସଂସ୍ପର୍ଶରେ ଆସି ଆଘାତ ପାଇ ମୃତ୍ୟୁ ହୋଇଥିବା ଜଣାପଡିଛି। ଗାଇଟି ୯ମାସର ଗର୍ଭ ଥିବା ଜଣାପଡିଛି। ଏନେଇ ଗାଈ ମାଲିକ କ୍ଷତିପୂରଣ ପାଇଁ ଥାନାରେ ଅଭିଯୋଗ କରିଛନ୍ତି। ଘଟଣା ସ୍ଥଳରେ କୋଣାର୍କ ପୋଲିସ୍ ପହଞ୍ଚି ତଦନ୍ତ କରିଛି। ଉକ୍ତ ବିଦ୍ୟୁତ୍ ଖୁଣ୍ଟରେ କୋଣାର୍କ ଏନଏସି ରାସ୍ତା ଆଲୋକିକରଣ ବ୍ୟବସ୍ଥା ହୋଇଥିବାରୁ ଉଭୟ ବିଦ୍ୟୁତ୍ ବିଭାଗ କୋଣାର୍କ ଏନଏସି ପରସ୍ପର ଉପରେ ଦୋଷ ଲଦାଲଦି କରୁଥିବା ସୂଚନା ମିଳିଛି। ମୂଲ୍ୟବାନ ଗାଇ ପ୍ରାଣ ହରାଇଥିବାରୁ ଅସହାୟ କ୍ଷତିଗ୍ରସ୍ତ ପରିବାରକୁ ଆବଶ୍ୟକ କ୍ଷତି ପୂରଣ ପାଇଁ ସାଧାରଣରେ ଦାବି ହେଉଛି।
ରିପୋର୍ଟ୍- ଜ୍ଞାନ ରଞ୍ଜନ ବିଶ୍ଵାଳ।