ନବଜାତ ଶିଶୁ କନ୍ୟା କୁ ଧରି ଭରା ନାଳ ପାର ହେଲେ ପ୍ରସୂତି ମହିଳା |

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଆଖୁଆପାଳ ରେ ପୁଣି ସାମ୍ନାକୁ ଆସିଛି ଜନନୀ ଯନ୍ତ୍ରଣା |ନବଜାତ ଶିଶୁ କନ୍ୟା କୁ ଧରି ଉଚ୍ଛଳା ନାଳ ପାର ହେଲେ ପ୍ରସୂତି ମହିଳା |ଯାହାର ଭିଡିଓ ଏବେ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ପରଜଙ୍ଗ ବ୍ଲକ ଆଖୁଆପାଳ ପଞ୍ଚାୟତ ଦୁମୁହାଣୀ ଗାଁ ର ଅପହଞ୍ଚ ଆଦିବାସୀ ବହୁଳ ଝରାପାଳ ସାହିରେ । ସାହିର ମଙ୍ଗଳୁ ଚତାର ଙ୍କ ସ୍ତ୍ରୀ ଲିପି ଚତାର୍ ଗର୍ଭ ଯନ୍ତ୍ରଣା ଅନୁଭବ ହେବାରୁ ଫୋନ ଯୋଗେ ଜନନୀ ଗାଡ଼ିକୁ ଡାକିଥିଲେ । କିନ୍ତୁ ଗାଁ କୁ ରାସ୍ତା ନ ଥିବାରୁ ଜନନୀ ଗାଡି ଗାଁ ରେ ପହଂଚି ପାରିଲା ନାହିଁ |ତେଣୁ ଘରେ ଏକ ଶିଶୁ କନ୍ୟା କୁ ଜନ୍ମ ଦେଇଥିଲେ ଗର୍ଭବତୀ ମହିଳା । ହେଲେ ତାଙ୍କ ସ୍ବାସ୍ଥ୍ୟ ସଂକଟାପର୍ଣ୍ଣ ହେବାରୁ, ଦୁମୁହାଣୀ ଗାଁ ରେ ପହଞ୍ଚି ଥିଲା ଜନନୀ ଗାଡ଼ି । ଫଳରେ ପ୍ରସ୍ତୂତି ମହିଳା ଓ ଶିଶୁ କନ୍ୟା ର ନାଭୀ ନାଡ ବୋହି ଆଣ୍ଠୁଏ ପାଣିରେ ଭରା ନାଳ ପାରି ହୋଇ ଆମ୍ବୁଲାନ୍ସ ପାଖରେ ପହଞ୍ଚିଥିଲେ ଲୋକେ। ଏଠାକାର ଲୋକେ ସାଧାରଣ ମୌଳିକ ସୁବିଧାର ବଞ୍ଚିତ ହୋଇଥିବା ବେଳେ,ବାରମ୍ବାର ଅଭିଯୋଗ ଆଣିଲେ ମଧ୍ୟ, ଆଜି ପର୍ଯ୍ୟନ୍ତ ଗାଁ କୁ ରାସ୍ତା ଟିଏ ହୋଇ ପାରୁନାହିଁ । ପଞ୍ଚାୟତ ଠାରୁ ପ୍ରାୟ ପାଞ୍ଚ କିଲୋ ମିଟର ରେ ରହିଛି ଏହି ଗାଁ। ସରକାର ତଥା ଜିଲ୍ଲା ପ୍ରଶାସନ ଏହି ଦିଗରେ ଦୃଷ୍ଟି ଦେଉନଥିବାରୁ ଗମନାଗମନ, ଶିକ୍ଷା, ସ୍ଵାସ୍ଥ୍ୟ ସେବାରୁ ସମ୍ପୂର୍ଣ୍ଣ ଭାବେ ବଞ୍ଚିତ ରହୁଛନ୍ତି ଗ୍ରାମବାସୀ। ଏହି ପଞ୍ଚାୟତ ବିଗତ ଦିନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ନମ୍ବର ବିକାଶ କ୍ଷେତ୍ରରେ ପୁରସ୍କୃତ ହୋଇଥିଲେ ମଧ୍ୟ ଝଳରାପାଳ,ଭେରୁବଣିଆ କୁ ଆଜି ମଧ୍ୟ ଗମନାଗମନ ସୁବିଧା ନଥିବାରୁ ବସବାସ କରୁଥିବା ଆଦିବାସୀ ସଂପ୍ରଦାୟର ଲୋକମାନଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏନେଇ ବୁଦ୍ଧିଜୀବୀ ମହଲରେ ଘୋର ନିନ୍ଦା ପ୍ରକାଶ ପାଇଛି।ସେପଟେ ପ୍ରସୂତି ମହିଳା ଓ ନବଜାତ ଶିଶୁ କନ୍ୟା ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସୁସ୍ଥ ଥିବା ଜଣାପଡିଛି |

Leave a Reply

Your email address will not be published. Required fields are marked *